ହେଲିକପ୍ଟର କ୍ରାଶ: ୨ ମେଜରଙ୍କ ସମେତ ୬ ମୃତ

ରାୱଲପିଣ୍ଡି: ପାକିସ୍ତାନ ଅଧୀନରେ ଥିବା ବାଲୋଚିସ୍ତାନରେ ଭୟଙ୍କର ଦୁର୍ଘଟଣା ଘଟିଛି। ପାକିସ୍ତାନ ସେନାର ଗୋଟିଏ ହେଲିକପ୍ଟର କ୍ରାଶ କରିଯିବାରୁ ୨ ମେଜେରଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଆଇଏସ୍‌ପିଆର ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ହରନାଇ ଜିଲ୍ଲାର ଖୋଷ୍ଟ ସହରରେ ଗୋଟିଏ ଉଡ଼ାଣ ମିଶନରେ ହେଲିକପ୍ଟରଟି ବାହାରିଥିଲା। ତେବେ ଉଡ଼ାଣର କିଛି ସମୟ ମଧ୍ୟରେ ଏହା କ୍ରାଶ କରି ଯାଇଥିଲା। ୬ ମୃତକଙ୍କ ମଧ୍ୟରେ ହେଲିକପ୍ଟରର ଦୁଇ ପାଇଲଟ ମଧ୍ୟ ରହିଛନ୍ତି।
ପ୍ରାଣ ହରାଥିବା ବ୍ୟକ୍ତିମାନେ ହେଲେ ମେଜର ଖୁରାମ ଶାହଜାଦ, ମେଜର ମହମ୍ମଦ ମୁନୀବ ଅଫଜଲ, ସୁବେଦାର ଅବଦୁଲ ୱାହିଦ, ସିପାହୀ ମହମ୍ମଦ ଇମରାନ, ନାଏକ ଜାଲିଲ ଓ ସିପାହୀ ସୋହେବ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ସେହିପରି ଘଟଣାସ୍ଥଳରେ ହିଁ ୬ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।
ଅଗଷ୍ଟ ମାସରେ ମଧ୍ୟରେ ପାକିସ୍ତାନର ଗୋଟିଏ ସେନା ହେଲିକପ୍ଟର ନିଖୋଜ ହୋଇଯାଇଥିଲା। ଏହାର ଦିନକ ପରେ ପାହାଡ଼ିଆ ଅଞ୍ଚଳରେ ହେଲିକପ୍ଟରଟି କ୍ରାଶ ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ମଧ୍ୟ ୬ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ।

nis-ad
Leave A Reply

Your email address will not be published.