ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ,ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ପାପଡାହାଣ୍ଡି ବ୍ଲକ ପୋକନା ଗୁଡା କାଜୁ ବାଡ଼ ନିକଟରେ ଲାଇବନ ମୁଦୁଲିଙ୍କ ଦୁର୍ଘଟଣା ହୋଇଥିଲା। ଆହତ ଅବସ୍ଥାରେ ତାଙ୍କୁ ମେଡିକାଲ ଅଣାଯାଇଥିଲା କିନ୍ତୁ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏକ ବାଇକରେ ଲାଇବନ ଓ ଧନିଆ ହରିଜନ ଖୁଡି ଗୁଡା ଗ୍ରାମରୁ ମଇଦଲପୁର ଆସିବା ସମୟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଲାଇବାନ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଜାଣିବା ପରେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସୀନଥିଲା ଶେଷରେ ଏକ ଅଟୋ ଯୋଗେ ଦିନ ୧୧ ସମୟରେ ପାପଡାହାଣ୍ଡି ଗୋଷ୍ଠି ସ୍‌ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।

ତେବେ ଅପରାହ୍ନ ୩ ଟା ବେଳକୁ ଲାଇବାନର ମୃତ୍ୟୁ ହୋଇଥିବା ଖବର ଡାକ୍ତର ଦେଇଥିଲେ। ଯାହାକୁ ନେଇ ଉତ୍ତେଜନ ଦେଖାଦେଇଥିଲା। କାର୍ଯ୍ଯରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କୁ ଦାୟୀ କରି ଶବକୁ ଅନ୍ତ ବିଭାଗରେ ପକାଇ ରଖିଛନ୍ତି । ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେପହଁଚି ଉତ୍ୟକ୍ତ ପରିବାରଙ୍କୁ ବୁଝା ସୁଝା କରିବା ସହ ଶବ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନ ଥିଲେ। ଡାକ୍ତର ମୃତକଙ୍କ ପରିବାର କୁ କ୍ଷତି ପୂରଣ ଦେବା ଲାଗି ପରିବାର ଲୋକେ ଜିଦରେ ଅଡ଼ିବସିଛନ୍ତି।

nis-ad
Leave A Reply

Your email address will not be published.