ଗାଁରେ ଫୁଟିଲା ଗୁଳି, ଭୟରେ ଛାତରୁ ଖସପଡି ଯୁବକ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ସଦରଥାନା କାଙ୍କଡପାଳ ଗ୍ରାମରେ ତିନି ରାଉଣ୍ଡ ଫାଙ୍କା ଗୁଳିମାଡ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି। ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗ୍ରାମ ମଝିରେ ଫାଙ୍କା ଗୁଳିକାଣ୍ଡ କରି ପଳାଇଥିବା ସୁଚନା। ଖବରପାଇ ଘଟଣାସ୍ଥଳରୁ ସଦର ଥାନା ପୋଲିସ ୩ଟି ଖୋକା ଜବତ କରିଛି।

ଗତକାଲି ରାତିରେ କାଙ୍କଡପାଳ ଗ୍ରାମର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ।କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗ୍ରାମକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଗ୍ରାମର ଜଣଙ୍କ ଘର ଛାଡ ଉପରେ ବସି ଗଣେଷପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସି ପଳାଇଥିଲେ। ଛାତ ଉପରେ ବସି ହିସାବ କରୁଥିବା କାଙ୍କଡପାଳ ଗ୍ରାମର ଅଜିତ କୁମାର ସାହୁ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ।ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୁଚନା ରହିଛି। କୌଣସି ପୁର୍ବ ଶତୃତା ନଥିବା ସତ୍ୟେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ।

nis-ad
Leave A Reply

Your email address will not be published.