କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ: ଧର୍ମାନ୍ତରୀକରଣ ରୋକିବା ପାଇଁ କ’ଣ କରିଛ

ନୂଆଦିଲ୍ଲୀ: ଭୟ, ପ୍ରଲୋଭନ ତଥା ଅର୍ଥ ଉପହାର ଦେଇ ଧର୍ମାନ୍ତରୀକରଣ କରାଯାଉଥିବା ଏକ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ୍ କରିଛନ୍ତି । ବଳପୂର୍ବକ ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗରେ କେନ୍ଦ୍ର କେଉଁ ସବୁ ପଦକ୍ଷେପ ନେଇଛନ୍ତି ସେନେଇ ସର୍ବୋଚ୍ଚନ୍ୟାଳୟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି।। ଜଷ୍ଟିସ୍‌ ଏମଆର ଶାହ ଏବଂ କ୍ରିର୍ଷ୍ଣା ମୁରାରି କେନ୍ଦ୍ର ଗୃହମନ୍ତ୍ରଣାଳାୟ ଏବଂ ଆଇନ, ନ୍ୟାୟ ମନ୍ତ୍ରଣାଳୟକୁ ନୋଟିସ କରିଛନ୍ତି। ଏହି ମାମଲାରେ ନଭେମ୍ବର ୧୪ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି। ଉପାଧ୍ୟାୟ ତାଙ୍କ ଆବେଦନରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ବଳପୂର୍ବକ ଧର୍ମାନ୍ତୀକରଣକୁ ରୋକିବା ପାଇଁ ପଦକ୍ଷେ ନେବାଲାଗି ସୁକ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଲୋଭନ, ଧମକ ଏବଂ ମୋଟା ଅଙ୍କର ଅର୍ଥ ଦେଇ ଧର୍ମାନ୍ତୀକରଣ କରାଯାଉଛି। ଏହା ଏକ ଜାତୀୟ ସମସ୍ୟାରେ ପରିଣତ ହୋଇଛି।
ସବୁ ରାଜ୍ୟରେ ଏହି ସମସ୍ୟା ଉତ୍କଟ ହେଲାଣି। ତେଣୁ ଏହାକୁ ମୁକାବିଲା ପାଇଁ ସରକାର ତତ୍ପର ହେବା ଉଚିତ। କୌଣସି ରାଜ୍ୟ ଧର୍ମାନ୍ତରୀକରଣ ଜାଲରୁ ମୁକ୍ତ ନୁହଁ ବୋଲି ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ପ୍ରତି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଧର୍ମାନ୍ତୀରକରଣ ମାମଲା ସାମ୍ନାକୁ ଆସୁଛି। ସେହିପରି ଧର୍ମାନ୍ତୀକରଣ ପାଇଁ ଅନ୍ଧବିଶ୍ୱାସର ସାହାରା ତଥା ଗୁଣିଗାରେଡ଼ି ମଧ୍ୟ କରାଯାଉଛି। କିନ୍ତୁ ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଚେତନ ନଥିବା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଆବେଦନରେ ଧର୍ମାନ୍ତରୀକରଣ ମାମଲା ନେଇ ଲ’ କମିଶନ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଆବେଦନରେ ଦର୍ଶାଯାଇଛି।

nis-ad
Leave A Reply

Your email address will not be published.