ନିର୍ଯ୍ୟାତିତ କପସାଭାଟା ୨୫ ଟି କନ୍ଧ ଆଧିବାସୀ ମାନଙ୍କ ନ୍ୟାୟ ମିଳିବ କେବେ..?

କୁହୁଳିଲାଣି ପାଉଁଶ ତଳର ନିଆଁ…!

ଉମରକୋଟ ପ୍ରତିନିଧି // ନିଃସର୍ତ୍ତ ନିୟୁଜ


ଉମରକୋଟ : ଆଦିବାସୀ ଙ୍କ ନାର୍ଯ୍ୟ ଦାବି କୁ ନେଇ ନବରଙ୍ଗପୁର ଠାରେ ଜଙ୍ଗଳ ଅଧିକାର କମିଟି(FRC) ମହାସଂଘ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଂଘ ଦ୍ଵାରା ନବରଙ୍ଗପୁର ଚାଉରୀୟା ଗୁଡ଼ାରୁ ଏକ ବିଶାଳ ଶୋଭା ଯାତ୍ରା କରି ସମ୍ମିଧାନ ବଞ୍ଚାଅ, ଆଦିବାସୀ ବଞ୍ଚାଅ, ଦେଶ ବଞ୍ଚାଅ, ଚାଷୀ ବଞ୍ଚାଅ ଓ ଚାଷ ବଞ୍ଚାଅ ନାରା ଦେଇ ନବରଙ୍ଗପୁର ଜ଼ିଲ୍ଲାର ସମସ୍ତ ବ୍ଲକର ଆଧିବାସୀ ମାନେ ଯେମିତି ତେନ୍ତୁଳୀଖୁଣ୍ଟି ବ୍ଲକ, ମଇଦଳପୁର ବ୍ଲକ, ପାପଡ଼ାହାଣ୍ଡି ବ୍ଲକ, ଉମରକୋଟ ବ୍ଲକ, ଡାବୁଗାଁ ବ୍ଲକ, ରାଇଘର ବ୍ଲକ, କୋଷାଗୁମୁଡ଼ା ବ୍ଲକ, ଚନ୍ଦାହାଣ୍ଡି ବ୍ଲକ, ଝୋରୀଗାଁ ବ୍ଲକ ଓ ଜ଼ିଲ୍ଲାର ଶହେ ଶହେ ଆଦିବାସୀ ମାନେ ସେମାନଙ୍କ ନ୍ୟାଯ୍ୟ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ୟଲୟ ଯାଏ ଆସି ଧାରଣା ଦେଇଥିଲେ,


ସୂଚନା ଅନୁଯାୟୀ ଗତ ଆଗଷ୍ଟ 13/08/2022ରିକ ଦିନ ଉମରକୋଟ ବ୍ଲକ ସିର୍ଲିଗୁଡ଼ା ପଞ୍ଚାଏତ ଅନ୍ତୋର୍ଗତ କପସାଭାଟା କନ୍ଧ ଆଦିବାସୀ ମାନଙ୍କ ଉପରେ ଯେଉ ଭଳି ଅମାନସିକ ଓ ମାନସିକ ଅତ୍ୟାଚାର ପ୍ରଶାସନ ର ଛତ୍ର ଛାୟା ତଳେ ରହି ଆଖ ପାଖ ଅଞ୍ଚଳର ଯେଉଁ ସାତ ଖଣ୍ଡ ଗାଁ କରିଥିଲେ ସେଥିରେ ସେମାନେ ସର୍ବହରା ହୋଇ ନ ଖାଇ ନ ପିଇ ଦିନ ବିତାଉଛନ୍ତି, ନବରଙ୍ଗପୁର ଜିଲ୍ଲାପାଳ ମହୋଦୟଙ୍କୁ ଏହି ଘଟଣାର ଦୃଷ୍ଟି ଆକର୍ଶନ କରି କପସାଭାଟା କନ୍ଧ 25 ଟି ଆଧିବାସୀ ପରିବାର ଧାରଣାରେ ବସିଥିଲେ, କଲେକଟର ମହୋଦୟ ସାତ ଦିନ ଭିତରେ FRC କମିଟି ଗଠନ କରି ସେମାନଙ୍କ ନ୍ୟାୟ ପ୍ରଦାନ କରିବେ କହି ଧାରଣାର ଉଠେଇ ଥିଲେ, କପସାଭାଟାର କନ୍ଧ ଆଧିବାସୀ ମାନେ ଚେତାବନି ଦେଇଥିଲେ ଯେ ଠିକ ସମୟରେ ଆମ୍ଭ ମାନଙ୍କୁ ଯଦି ନ୍ୟାୟ ନ ମିଳିଲେ 22/09/22ରିକ ଦିନ ଆମ୍ଭେ ମାନେ ଆମରଣ ଅନସନ କରିବୁ, ବର୍ତ୍ତମାନ ସୁଧ୍ୟା FRC କମିଟି ଗଠନ ନ ହେବାରୁ ପୁଣି 27/09/2022ରିକ ଦିନ

କପସାଭାଟା ଗାଁର ଦୁଇ ଜଣ, ଜୟରାମ ସାନ୍ତା ଓ ବୁଲୁକା ସାନ୍ତା, ସରିଆଭାଟା ଗାଁର ଦୁଇଜଣ ଭୀଷ୍ମ ଜାଣି ଓ ରାଜୁ ସାନ୍ତା, ଲକଟିପୋଖନା ଗାଁର ଦୁଇ ଜଣ ଲଛମୋନ ତାରିଙ୍ଗ ଓ ଲିଙ୍ଗୁ ସାନ୍ତା, ସମ୍ବଲଧାରା ଗାଁର ନୀଳମ୍ବର ସାନ୍ତା ଓ ସନପତି ସାନ୍ତାଙ୍କ ଡକାଇଛନ୍ତି, ନିରୀହ ସରଳ କନ୍ଧ ଆଧିବାସୀ ମାନେ ଏହି ପରି ଆଉ କେତେ ଦିନ ଛକ୍କା ପଞ୍ଝା ଭିତରେ ରହି ଦିନ ବିତେଇବେ, ଯଦି ପ୍ରଶାସନ ସେମାନଙ୍କ କଥା ନ ବୁଝିଲେ ଆଗାମୀ ଦିନରେ ଯଦି କିଛି ଅଘଟଣ ଘଟେ ତେବେ ପ୍ରଶାସନ ଏଥି ପାଇଁ ଦାୟୀ ରହିବେ ବୋଲି ଅଞ୍ଚଳର ବୁଦ୍ଧିଯିବି ଓ ସାଧାରଣ ମତ ପ୍ରକାଶ କରୁଛନ୍ତି, ପ୍ରଶାସନର ଏହିଭଳି ଢିଲା ମନ ବୃତ୍ତି ଅତୀତରେ ଘଟିଥିବା ରାଇଘର ଗୁଳି କାଣ୍ଡର ପୁନରାବୃତ୍ତି ହେବାକୁ ନେଇ ସନ୍ଦେହ ଉଙ୍କି ମାରିଲାଣି..!

nis-ad
Leave A Reply

Your email address will not be published.