୪ ଫୁଟ୍‌ ଲମ୍ୱର ବଜ୍ରକାପ୍ତା ଉଦ୍ଧାର

ସାଲେପୁର, ୨୨/୦୯: କିଶନ ନଗର ଥାନା ସିର୍ଲୋ ବରମମ୍ପୁରରୁ ଏକ ବଜ୍ରକାପ୍ତା ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଲମ୍ବା ପ୍ରାୟ ୪ ଫୁଟ ହେବ। ବଜ୍ରକାପ୍ତାଟିକୁ ଚୋରି କରି ବିକ୍ରି କରିବା ପାଇଁ ନେଉଥିବା ବେଳେ ଧରାପଡ଼ିଯିବା ଭୟରେ ରାସ୍ତା କଡ଼ରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି। ଗ୍ରାମବାସୀମାନେ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଛନ୍ତି । ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ବଜ୍ରକାପ୍ତକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

ବନ ବିଭାଗ କର୍ମଚାରୀଙ୍କ କହିବା ମୁତାବକ ଚଳିତ ବର୍ଷ ବନ୍ୟାରେ ଏହି ବଜ୍ରକାପ୍ତାଟି ଜଙ୍ଗଲରୁ ନଦୀ ପାଣିରେ ଭାସି ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ବଜ୍ରକାପ୍ତା ଏହି ଅଞ୍ଚଳକୁ କିଭଳି ଆସିଲା ତାହା ସନ୍ଦେହ ଘେରରେ ରହିଛି । ବନ ବିଭାଗ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.