ଦାରିଙ୍ଗବାଡ଼ି, (୨୧/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ‘ସ୍ୱଚ୍ଛତା ହିଁ ସେବା’ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଟେପାରି ଗ୍ରାମର ଅଙ୍ଗନବାଡି କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପରିସର ସେହିଭଳି ପ୍ଲିହେରି ପଞ୍ଚାୟତ ଅନ୍ତର୍ଗତ ପିକନିକ୍ ସ୍ଥଳୀ ଡୁଲୁରି ପାଇନି ବଣ , ରାସ୍ତା ଓ ବିଭିନ୍ନ ଅଞ୍ଚଳକୁ ସଫେଇ କରାଯାଇଛି। ଏହାକୁ ନେଇ ଟେପାରି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ରହି ମାଆ ସଂଘ , ଗ୍ରାମବାସୀ , ଯୁବକ ଯୁବତୀ ମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ଦିବସ ପାଳନର ଉଦେଶ୍ୟ ଉପରେ ଆଲୋଚନା କରି ଲୋକଙ୍କୁ ସଚେତନ କରିବା ସହିତ ନିଜେ ସଫେଇ କାର୍ଯ୍ୟ କରିଥିଲେ। ଏଥିରେ ସରପଞ୍ଚ ଚନ୍ଦ୍ରିକା ମଳିକ, କନିଷ୍ଠ ଯନ୍ତ୍ରୀ ଜୀବନେଶ୍ୱର ପଟ୍ଟନାୟକ , କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ , ବ୍ଲକ କ୍ଷେତ୍ରିୟ ସଂଯୋଜକ ସୁଦାମ ସେନାପତି, ଜିଆରଏସ ଶଙ୍କର ପ୍ରଧାନଙ୍କ ସମେତ ସମସ୍ତ ୱାର୍ଡ଼ର ସଭ୍ୟ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଗ୍ରାମର ଯୁବକ ମାନେ ଏଥିରେ ସାମିଲ୍ ହୋଇଥିଲେ । ଡୁଲୁରି ବଣଭୋଜି ସ୍ଥଳୀର ସଫେଇ କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ରଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଜୀବନେଶ୍ୱର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଧିରେନ ସେଠୀ, କ୍ଷେତ୍ରିୟ ସଂଯୋଜକ ସୁଦାମ ସେନାପତି, ପ୍ଲିହେରି ସରପଞ୍ଚ ପାଉଲ ପ୍ରଧାନ, ଜିଆରଏସ ଉଷା କିରଣୀ , ଏମବିକେ ଭାରତୀ ମାଳ ବିଶୋଇ , ସିଆରପି ନମିତା ନାୟକ , ମହିଳା ସଂଘ ର ମାଆ ମାନେ ଉପସ୍ଥିତ ରହି ଏହି ସଫେଇ ବିଭିନ୍ନ ଅଞ୍ଚଳକୁ ସଫା ସୁତାର କରିଛନ୍ତି। ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବ୍ଲକର ୨୫ ଗୋଟି ପଞ୍ଚାୟତ ସଫେଇ କାର୍ଯ୍ୟକ୍ରମ କରାଯିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post