ହିଞ୍ଜିଳିକାଟୁ (୨୧/୯) : ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୈାରାଞ୍ଚଳ ମୋହନ କଲୋନୀରେ ଜଣେ ଯୁବ ଗ୍ୟାରେଜ ମାଲିକ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ପି ବାବୁ ରାଓ (୩୩) । ଖବର ପାଇ ହିଞ୍ଜିଳି ପୋଲିସ ବୁଧବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨୫/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି। ପ୍ରତିଦିନ ପରି ଯୁବକ ଜଣଙ୍କ ଗ୍ୟାରେଜ ରୁ ଫେରିଥିଲେ । କୈଣସି କାରଣରୁ ପରିବାର ମଧ୍ୟରେ କଳହ ଲାଗିଥିବା ଜଣାପଡିଛି । ପରିବାର ଲୋକେ ରାତ୍ର ଭୋଜନ ସାରି ଶୋଇପଡିବା ପରେ ଯୁବକ ଜଣଙ୍କ ଫେନରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ନେଇ ମୃତକଙ୍କ ସ୍ତ୍ରୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.