ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଅନୁଷ୍ଠିତ

ଫୁଲବାଣୀ (୨ ୧/୯) : ଫୁଲବାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବଳ୍ପ , ବିଶ୍ଵାସନିୟତା ଭଲଭାବେ ପରଖୁ ନେବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ ମାନଙ୍କରେ ଉପଲବ୍ଧ ସ୍ବଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥନିବେଶ ପାଇଁ ବେଶ ସରଳ, ସୁରକ୍ଷିତଓ ଉତ୍କୃଷ୍ଟ ଜମା ଯୋଜନା ବୋଲି ବକ୍ତାମାନେ କହିଥୁଲେ ।
ସଞ୍ଜୟ ସଂଗଠନ ଓ କନ୍ଧମାଳ ଜିଲ୍ଲା ପ୍ରଶାସନଙ୍କ ମିଳିତ ଅନୁକୁଲ୍ୟରେ ଡିଜିଟାଲ୍ ଦେୟ, ନଗଦବିହୀନ କାରବାର ସାଇବର ଠକେଇ ଏବଂ କ୍ଷୁଦ୍ର ସଞ୍ଜୟର ବିଭିନ୍ନ ଲାଭଦାୟକ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ନିରାପଦ ସଞ୍ଜୟ ଓ ସୁରକ୍ଷିତ ଭବିଷ୍ୟତ ଉପରେ ଆଲୋଚନା କରାଯାଇଥୁଲା। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା, ଖର୍ଚ୍ଚ କରିବା ପୂର୍ବରୁ ସଞ୍ଜୟ କରିବା, ସବୁଠାରୁ ଭଲ ଓ ସୁରକ୍ଷିତ ସଞ୍ଚୟ ହେଲା ସ୍ଵଳ୍ପ ସଞ୍ଚୟ, ଏବଂ ୬ ଗୋଟି ଅତ୍ୟାବଶ୍ୟକ ଖର୍ଚ୍ଚ ହେଲା ଖାଦ୍ୟ, ପୋଷାକ, ବାସଗୃହ, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ସଞ୍ଚୟ,ଏବେ ସଞ୍ଚୟ କରନ୍ତୁ ଏବଂ ଭବିଷ୍ୟତରେ ଖୁସିରେ ରୁହନ୍ତୁ ବୋଲି ଶିବିରରେ ଆଲୋଚନା କରାଯାଇଥୁଲା। ସେହିପରି ଠକାମି ଓ ପଶ୍ଚାତାପରୁ ମୁକ୍ତ ରହିବାକୁ ହେଲେ ଯେକୌଣସି ସନ୍ଦିଗ୍ଧ ଅଣ ବ୍ୟାଙ୍କିଙ୍ଗ, ବେସରକାରୀ, ଅର୍ଥ ଲଗାଣକାରୀ ସଂସ୍ଥା ଠାରୁ ଦୂରେଇ ରହିବା ଆବଶ୍ୟକ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ, ସର୍ବନିମ୍ନ ୨ ହଜାର ଟଙ୍କା ସ୍ବଳ୍ପ ସଞ୍ଚୟ ଯୋଜନା ମାଧ୍ୟମରେ, ଓଡ଼ିଶା ସ୍ଥିତ ଯେକୌଣସି ଡାକଘର କିମ୍ବା ବ୍ୟାଙ୍କରେ ସଞ୍ଜୟ କରି ଓଡ଼ିଶା ସ୍ବଳ୍ପ ସଞ୍ଜୟ ପ୍ରୋତ୍ସାହନ ଯୋଜନା ଉଠାଣରେ ଅଂଶ ଗ୍ରହଣ କରି ଭାଗ୍ୟଶାଳୀ ବିଜେତା ହେବାର ସୁଯୋଗ ନେବାକୁ ପରାମର୍ଶ ଦିଆଯାଇଥୁଲା। କାରଣ ଏହି ଉଠାଣରେ ଭାଗ୍ୟଶାଳୀ ବିଜେତାଙ୍କୁ ସର୍ବୋଚ୍ଚ ୫ ଲକ୍ଷ ଟଙ୍କା ଓ ସର୍ବନିମ୍ନ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହା ମନେ ରଖିବା ଦରକାର ଯେ, ଅସ୍ବାଭାବିକ ଏବଂ ଅଧିକ ସୁଧ ପ୍ରଦାନର ପ୍ରତିଶୃତି ତଥା ଖୁବ୍ କମ୍ ଦିନରେ ମୂଳଜମା ବହୁଗୁଣ ହୋଇଯିବାର ପ୍ରଲୋଭନ ପ୍ରଦାନ ଠକାମିର ପ୍ରାଥମିକ ଲକ୍ଷଣ ବୋଲି କୁହାଯାଇପାରେ। କୌଣସି ସଂସ୍ଥାରେ ଅର୍ଥ ଜମା କଲା ପୂର୍ବରୁ ସଂସ୍କାର ଆଜିର ଏହି ଶିବିରରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟ ପରିଚାଳକ,ବିକ୍ରୟ ଏବଂ ବ୍ୟବସାୟ ବିକାଶ, ଫୁଲବାଣୀ ବିଷ୍ଣୁ କୁମାର ସାହାଣୀ,ଫୁଲବାଣୀ ବ୍ଲକ ସ୍ଵଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ, ଫୁଲବାଣୀ ମୁଖ୍ୟ ଡାକଘର ପୋଷ୍ଟମାଷ୍ଟର ଲଳିତ ଚନ୍ଦ୍ର ବେହେରା, ଆର୍ଥିକ ସାକ୍ଷରତା ପରାମର୍ଶ ଦାତା ଅଭିରାମ ନନ୍ଦ, ଫୁଲବାଣୀ ମୁଖ୍ୟ ଡାକଘର ସହକାରୀ ପୋଷ୍ଟମାଷ୍ଟର ଉମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ,ବ୍ଲକ ସ୍ତରୀୟ ମହିଳା ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧୁମାନେ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.