ଗରିବକୁ ସାତସପନ ସରକାରୀ ଯୋଜନା

ଲକ୍ଷ୍ମୀପୁର : ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପିଗ୍ରାମ ପଂଚାୟତର ତଳ ବିଳାଙ୍ଗଶୀଲ ଗ୍ରାମ ରେ 90 ବର୍ଷ ର ବୃଦ୍ଧ ନିତ୍ୟା କାଡ୍ରାକା ଙ୍କୁ 3ବର୍ଷ ହେଲା ଭତ୍ତା ମିଳୁ ନାହିଁ | ସେ ବୟସ ଅନୁସାରେ ତାର ବାଡ଼ି ଖଣ୍ଡିଏ ଆଶ୍ରା | କିନ୍ତୁ ଏହି ବୟସରେ ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ ବ୍ୟାଙ୍କରେ ବାର ବାର ବୁଲିବା ପରେ ନିରାଶ ହୋଇ ବର୍ତ୍ତମାନ ଘର ହିଁ ତାର ସ୍ୱର୍ଗ ଭାବି ବସିଛି | ଯେଉଁ ସରକାର ଆସିଲେ ବି କୁହନ୍ତି ପ୍ରକୃତ ହିତାଧିକାରୀମାନେ ତାଙ୍କ ଯୋଜନା ନିଜେ ପାଉଛନ୍ତି କିନ୍ତୁ ଏହି ନବେ ବର୍ଷର ବୃଦ୍ଧାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ |

ତାଙ୍କୁ 500 ଟଙ୍କା ଭତ୍ତା ମିଳୁଥିଲା | କିନ୍ତୁ ଏହି 3ବର୍ଷ ହେଲା ସେ ଏହି ଟଙ୍କା ରୁ ପାଇବା ପାଇଁ ବଞ୍ଚିତ | ପଞ୍ଚାୟତ ର କାର୍ଯ୍ୟାକର୍ତ୍ତା ଙ୍କୁ କହିଲେ ତାଙ୍କ ବ୍ୟାଙ୍କ ରେ ଟଙ୍କା ଯାଇଛି କହୁଛନ୍ତି ବ୍ୟାଙ୍କ ରେ ଯାଇ ପଚାରିଲେ ତାଙ୍କ ସମୁଦାୟ ଟଙ୍କା ଜିରୋ କହୁଛନ୍ତି | ଏହି ବୟସ ରେ କରିବ କଣ ଖାଲି ସ୍ତ୍ରୀ ପାଉଥିବା ଟଙ୍କାରେ ସେମାନେ ଚଳୁଛନ୍ତି | ଏହି ଅନ୍ଧ ନବେ ବର୍ଷ ବୃଦ୍ଧାଙ୍କ ଭତ୍ତା ଯଦି ମିଳିଥାନ୍ତା ତାହେଲେ ସେ ଜୀବନ ଯାପନ ରେ ଭଲ ହୋଇଥାନ୍ତା ଏହି କଥା ଗ୍ରାମ ବାସି କହିଛନ୍ତି |

nis-ad
Leave A Reply

Your email address will not be published.