ଅହିଂସା ରଥର ସ୍ଵାଗତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିଞ୍ଜିଳିକାଟୁ (୨୦/୯) : ହିଞ୍ଜିଳିକାଟୁ ବ୍ଲକ ସମ୍ମିଳନୀ କକ୍ଷରେ,ଗୋଷ୍ଟି ଉନ୍ନୟନ ଅଧିକାରୀ ସୂଵ୍ରତ କୁମାର ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡ ମନରଞ୍ଜନ ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଅହିଂସା ରଥ କୁ ସ୍ୱାଗତ କରିବା ପରିପ୍ରେକ୍ଷୀରେ ଆୟୋଜିତ ବୈଠକ ରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା ,ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ମାଧବ ସାହୁ ,ଏ ବି.ଇ.ଓ ସୁସିଲ କୁମାର ପାତ୍ର, ଅଧ୍ୟକ୍ଷ ଡ ସୁସିଲ କୁମାର ପାଣିଗ୍ରାହୀ, ପିଏ ରମେଶଚନ୍ଦ୍ର ରଥ,ସ୍ଵାସ୍ଥ୍ୟ ଵିଭାଗ ର ସିମାଞ୍ଚଳପଣ୍ଡିତ, ଅଶୋକ କୁମାର ମିଶ୍ର,ମହେଶ୍ବତା ପାତ୍ର, ସହକାରୀ ଯନ୍ତ୍ରୀ ଊମା ଚରଣ ପାଢୀ, ରାଜେଶ୍ଵରୀ ବେହେରା, ବିଏଲ ସି ସଙ୍ଗ୍ରାମ କେଶରି କର, ଆରଡବ୍ଲୁଏସ ଏସ କିଶୋର ଚନ୍ଦ୍ର ବେହେରା, ପ୍ରମୁଖ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଆସନ୍ତା ତା ୨୩.୦୯.୨୦୨୨ରିଖ ଶୁକ୍ରବାର ଦ
ସଂନ୍ଧ୍ଯାରେ ଶେରଗଡ ବ୍ଳକ ରୁ ବାହାରି ଆସିବାକୁ ଥିବା ଅହିଂସା ରଥ କୁ ହିଞ୍ଜିଳିକାଟୁ ଡାକ ବଙ୍ଗଳା ଠାରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇରାତ୍ର ବଙ୍ଗଳା ଠାରେ ରହିବ। ଶନିବାର ପୂର୍ବାହ୍ନ ପ୍ରାୟ ୯ ଘଣ୍ଟ ସମୟରେ ଡାକ ବଙ୍ଗଳା ଠାରୁ ରଥ କୁ ପାଛୋଟି ନେଇ ବିଭିନ୍ନ ବାଦ୍ୟ ବାଜଣା ସହକାରେ ହିଞ୍ଜିଳି କାଟୁ ପୌରପାଳିକା ଅନ୍ତର୍ଗତ ମିନିଷ୍ଟାଡିୟମ ପରିଷରରେ ଅହିଂସା ରଥ କୁ ସ୍ୱାଗତ ପରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାନେଇ ଖସଡା ପ୍ରସ୍ତୁତ ହୋଇଥିଲା।ହିଞ୍ଜିଳିକାଟୁ ପୌରପରିଷଦ ଏନ ହେଚ ୫୯ ମାଣିକ ନଗର ଛକ, ରାଜା ସାହି ଛକ, ଵିଜୁପଟ୍ଟନାୟକ ଛକ, ଳୂତନ ବସଟର୍ମୀନାଲ ଦେଇ ମିନି ଷ୍ଟାଡିୟମ ପରିସରରେ ରେ ପହଞ୍ଚିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ କୁ ଧୂମଧାମରେ ପାଳନ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକ ର ଥିବା ସ୍ବାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଵୈଠକ ରେ ନିଷ୍ପତ୍ତି ନିଆଯାଇଛି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ପରେ ଅହିଂସା ରଥ ରଥକୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

nis-ad
Leave A Reply

Your email address will not be published.