ଦାରିଙ୍ଗବାଡ଼ି,(୨୦/୯) : ସ୍ୱଚ୍ଛ,ସବୁଜ ସୁନ୍ଦର କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏପରିକି ସ୍ୱଚ୍ଛତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ହେଲେ ଦାରିଙ୍ଗବାଡ଼ି ମେଡିକାଲ ପରିସର ଦେଖିଲେ ଲାଗୁଚି ଯେ ସ୍ୱଚ୍ଛ ଭାରତ ଅଭିଯାନ ଏକ ପ୍ରହସନ । ଦାରିଙ୍ଗବାଡ଼ି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଥିବା ବେଳେ ଅନ୍ତଃବିଭାଗରେ ଏକାଧିକ ଲୋକ ଚିକିତ୍ସା ହେଉଛନ୍ତି ହେଲେ ଏହି ବିଭାଗ ପାଖରେ ହୋଇଛି ଅଳିଆ ଗଦା । ଏହି ଅଳିଆ ଗଦାରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପଡି ପଚି ରହି ଦୁର୍ଗନ୍ଧ ହେଉଥିବା ବେଳେ ପଲିଥିନ, ଖଲି, ଠୁଲା, ପ୍ଲାଷ୍ଟିକ ଗ୍ଲାସ ଭଳି ଅନେକ ଅଳିଆ ଆବର୍ଜନା ପଡି ରହି ଦୁର୍ଗନ୍ଧ ହେଉଛି । ଏହି କାରଣରୁ ମଶାଙ୍କ ଉପଦ୍ରବ ମଧ୍ୟ ବୃଦ୍ଧି ପାଉଛି । ରୋଗୀ ମାନେ ରହୁଥିବା ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାଯୋଗୁଁ ରୋଗୀ ମାନେ ସୁସ୍ଥ ହେବା ବଦଳରେ ଅସୁସ୍ଥ ହେଉଛନ୍ତି । ଏହି ସ୍ଥାନରେ ବହୁ ଦିନ ହେବ ଅଳିଆ ଆବର୍ଜନା ଜମି ରହୁଥିଲେ ସୁଦ୍ଧା ଏହାକୁ ସଫା କରାଯାଉନଥିବା ଯୋଗୁଁ ଆଜି ଏଭଳି ସ୍ଥିତି ହୋଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଏଣୁ ଯଥା ଶୀଘ୍ର ଉକ୍ତ ସ୍ଥାନକୁ ସଫାସୁତରା କରିବାକୁ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.