ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ଚକାପାଦ ଥାନା ଅଧିକାରୀ ହରି ବନ୍ଧୁ ପରିଡ଼ାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମlନା ଅନାଦେୟ ଅଧିକା ୪ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି l ସୂଚନା ଯୋଗ୍ୟ ଯେ, ପରିଡା ଚକାପାଦ ଥାନା ରେ ଥିବାବେଳେ ଜଣଙ୍କର ମାମଲାର ରଫାଦଫା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ନିର୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ପରିଡାଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଧାର କରିଥିଲେ l ଏ ନେଇ ଭିଜିଲାନ୍ସ ବିଭାଗ ୩୪/୧୮ରେ ମାମଲାରୁଜୁ କରିଥିଲେ l ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି l ଉକ୍ତ ମକଦ୍ଦମାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି.ରାମଦାସ ପରିଚାଳନା କରୁଥିଲେ।
Sign in
Sign in
Recover your password.
A password will be e-mailed to you.