ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ

ବାଲିଗୁଡା ୨୦/୦୯: ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡାର ସ୍ଥିତି ବେହାଲ । ଗତ ରାତିରେ ପ୍ରବଳ ବର୍ଷା ଯୋଗୁଁ ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଦୁଇଟି ପୋଖରୀରେ ପାଣି ଭର୍ତ୍ତି ହେବା ସହିତ ବସଷ୍ଟାଣ୍ଡ ସନ୍ନିକଟ ପୋଖରୀର ହୁଡା ଭାଙ୍ଗି ଯାଇଛି ।

ବର୍ଷା ଯୋଗୁଁ ଘରେ ଘରେ ପାଣି ପଶିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଏନ ଏଚ ୫୯ ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରୁଛି । ଫଳରେ ଗାଡି ମୋଟର ଯାତାୟତ ରେ ବାଧା ହୋଇଛି । ନିମ୍ନ ମାନର କାମ ଯୋଗୁଁ ତଳ ପୋଖରୀର ହୁଡା ଭାଙ୍ଗିଥିବା ଅଭିଯୋଗ ହେଉଛି ।

ଉପର ପୋଖରୀର ନିର୍ମାଣରେ ତ୍ରୁଟି ଅଭିଯୋଗ ହେଉଛି ଜଳ ନିଷ୍କାସନ ହେଉନଥିବାରୁ ରାସ୍ତା ଉପରେ ପାଣି ଜମିଥିବା ଦେଖିବାକୁ ମିଳିଛି । ବାଲିଗୁଡା ଏନଏସି ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟରେ କୋଟିଏରୁ ଅଧିକ ଟଙ୍କା ବ୍ୟୟ କରିଥିବା ବେଳେ ସରକାରୀ ଟଙ୍କା ପାଣିରେ ପଡିଲାବୋଲି ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.