କେନ୍ଦ୍ରୀୟ ପୂଜାକମିଟିର ବିଭିନ୍ନ ପଦପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ

ସମ୍ପାଦକ ଭାବେ ବରଜା ବିଶ୍ୱାଳ ଓ କୋଷାଧ୍ୟକ୍ଷ ଭାବେ ଆଲୋକ ମହାପାତ୍ର ନିର୍ବାଚିତ

ରାଉରକେଲା ; ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା,ପାନପୋଷ ସ୍ଥିତ ସଭାଗୃହରେ କେନ୍ଦ୍ରୀୟ ପୂଜା କମିଟିର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବା ସହ ଫଳ ପ୍ରକାଶ ପାଇଛି। ନିର୍ବାଚନ ଫଳ ଅନୁଯାୟୀ କେନ୍ଦ୍ରୀୟ ପୂଜା କମିଟି ସମ୍ପାଦକ ଭାବେ ବରଜା ବିଶ୍ବାଳ, କୋଷାଧ୍ୟକ୍ଷ ଭାବେ ଆଲୋକ ମହାପାତ୍ର ନିର୍ବାଚିତ ହୋଇଛନ୍ତି। ସେହିଭଳି ଷ୍ଟିଲ୍‌ ଟାଉନ୍‌ ପାଇଁ ଯୁଗ୍ମ ସମ୍ପାଦକ ଭାବେ ବରଦା ପ୍ରସନ୍ନ ଦାସ, ଉପ ସଭାପତି ଭାବେ ନାରାୟଣ ମହାନ୍ତି, ପରିଚଳନା ସମିତି ସଭ୍ୟଭାବେ ରାହୁଲ ରାୟ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ସିଭିଲ୍‌ ଟାଉନ୍‌ ନେଇ ଯୁଗ୍ମ ସମ୍ପାଦକ ଭାବେ ସମର ପ୍ରିୟ ତନ୍ତି, ଉପ ସଭାପତି ଭାବେ ପ୍ରସନ୍ନ ବଳିଆର ସିଂ ଓ ପରିଚାଳନା ସମିତି ସଭ୍ୟ ଭାବେ ମାନସୀ ସରକାର ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପ୍ରକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.