ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ


ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡେମ, ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ଭୋଜି ଭାତ କରି ପରିବେଶକୁ ଦୂଷିତ କରି ଥାନ୍ତି l ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରା ଙ୍କ ନେତୃତ୍ୱରେ ସ୍ବେଛାସେବୀ ମାନଙ୍କ ମଧ୍ୟ ରେ ସୋନାଲି ଡିଗାଲ , ରୀତିମା ବାଘ, ମେଘା ରାଣୀ ମହାପାତ୍ର, ଚନ୍ଦ୍ରମ ଣୀ ଦେହୁରୀ, ସିବେନ୍ଦ୍ର ଦିଗାଲ , ଓ କମଳ ଲୋଚନ ଦେହୁରୀ , ମିନି କଂହର, ସୁଭଦ୍ରା ମଲ୍ଲିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନା ଯଥା ଜରି, ସୋଲପ୍ଲେଟ କାଚ ବୋତଲ ଇଦ୍ୟାଦିକୁ ସଫା କରି ପରିଷ୍କାର ପାରିଛନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନ ମଧ୍ୟ ଜାରି ରହିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଅବଗତ କରି ଥିଲେ l

nis-ad
Leave A Reply

Your email address will not be published.