ତାରା ତାରିଣୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶୋପଚାର ପୂଜା

ପୁରୁଷୋତ୍ତମପୁର ୧୮/୦୯: ଦକ୍ଷିଣ ଓଡିଶାର ମା ତାରାତାରିଣୀଙ୍କ ଶକ୍ତିପୀଠରେ ଶନିବାର ଠାରୁ ଷୋଢ଼ଶ ଉପଚାର ପୂଜା ଆରମଅବ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ଠାରୁ ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା ହେବ।  ଶନିବାର ମାଙ୍କର ଉଥାପନ ଦିବସ ଯଥା ରିତିନୀତି ପାଳନ କରାଯାଇଛି। ଶତ୍ରୁକୁ ବିନାଶ କରିବା ପାଇଁ ସେ ଆଜି ଜାଗ୍ରତ ହୁଅନ୍ତି ବୋଲି ବିଶ୍ୱାସ ରହିଛି।

ସକାଳରୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଅବକାଶ ପୂଜା, କୁମ୍ଭ ପୂଜା ଠାରୁ ସୂର୍ଯ୍ୟ ପୂଜା ପର୍ଯ୍ୟନ୍ତ, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ କରାଯାଇଛି। ସେହିପରି ମଧ୍ୟାହ୍ଣରେ ଅନ୍ନ ଭୋଗ, ସନ୍ଧ୍ୟାରେ ଅବକାଶ, ଶୁଖିଲା ଭୋଗ  ଓ ସନ୍ଧ୍ୟା ଆଳତୀ ପରେ ଚଣ୍ଡୀପାଠ, ହୋମ କର୍ମ ପରେ ଅନ୍ନଭୋଗ ଓ ବଡ଼ ସିଂହାର ହୋଇ ମାଙ୍କ ପହୁଡ଼ ହୋଇ ଥାଏ। ଏପରି ଋଭାବେ  ୧୬  ଦିନ ଧରି ମାଙ୍କ ପୂଜାର୍ଚ୍ଚନା ନିୟମାନୁସାରେ ହୋଇଥାଏ। ଶକ୍ତି ପୀଠକୁ ରାଜ୍ୟ ତଥା ବାହାରୁ ମଧ୍ୟ ବହୁ ଭକ୍ତ  ଆସି ମାଙ୍କୁ  ଦର୍ଶନ କରି ତାଙ୍କ ପାଖେ ଶରଣ ପଶନ୍ତି।

nis-ad
Leave A Reply

Your email address will not be published.