ସରକାରୀ ଜମିକୁ ନେଇ ବିବାଦ : ମହିଳା ଗୋଷ୍ଠୀ ଭାଙ୍ଗିଲେ ଅର୍ଦ୍ଧନିର୍ମିତ ଘର


ଦାରିଙ୍ଗବାଡ଼ି(୧୬/୯) : ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିକୁ0 ନେଇ ବିବାଦ ଦେଖାଦେଇଛି । ଏହି କାରଣରୁ କିଛି ମହିଳା ଗୋଷ୍ଠୀ ଉକ୍ତ ଜମିରୁ ହୋଇଥିବା ଅର୍ଦ୍ଧ ନିର୍ମିତି ଘରକୁ ବେଆଇନ ଭାବେ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଉକ୍ତ ଜମିରେ ବହୁ ବର୍ଷ ହେବ ରହିଆସୁଥିବା ସନ୍ନ୍ୟାସୀ ଦିଗାଲଙ୍କ ପାଇଖାନା ଘର ସମେତ ସେମାନଙ୍କ ଅର୍ଦ୍ଧ ନିର୍ମିତ ଘର ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ମହିଳା ଗୋଷ୍ଠୀ ଓ ସନ୍ୟାସୀଙ୍କ ପରିବାର ଭିତରେ ଉତ୍ତେଜନା ଦେଖାଦେଇଥିଲା । ସନ୍ନ୍ୟାସୀ ଦିଗାଲ ୨୦୦୮ ମସିହା ଠାରୁ ସିମନବାଡ଼ିରେ ଥିବା ଏକ ଘରୋଇ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ସନ୍ନ୍ୟାସୀ ଉକ୍ତ ଜମିରେ ଏକ ମାଟିରେ ଘର ନିର୍ମାଣ କରି ପରିବାର ସହ ରହିଆସୁଥିଲେ। ବର୍ତ୍ତମାନ ସେ ଉକ୍ତ ଜମିରେ ଘର କରିବା ପାଇଁ ପୁନାଦି କରିବା ସହ ଇଟା ଉଠାଇ ଘର ନିର୍ମାଣ କରୁଥିଲେ । ହେଲେ ଉକ୍ତ ଜମିରେ ଘର କରିବାକୁ ନେଇ ୨୦୦୮ ପୂର୍ବରୁ ଜବର ଦଖଲ କରିଥିବା ମହିଳା ଗୋଷ୍ଠୀ ବିରୋଧ କରିଥିଲେ । ହେଲେ ସନ୍ୟାସୀ କାମ ବନ୍ଦ ନକରିବାରୁ ମହିଳା ଗୋଷ୍ଠୀ ବାଧ୍ୟ ହୋଇ ଥାନା, ତହସିଲ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣିନଥିବା ଅଭିଯୋଗ କରିଥିଲେ । ଶେଷରେ ମହିଳା ମାନେ ଏକାଠି ହୋଇ ପାଇଖାନା,ଆଜବେଷ୍ଟରେ ତିଆରି ଏକ ଘର ସହ ଚାଲୁ ରହିଥିବା ଅର୍ଦ୍ଧ ନିର୍ମିତ ଘରକୁ ବେଆଇନ ଭାବେ ଉଚ୍ଛେଦ କରିଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଏବଂ ଦାରିଙ୍ଗବାଡି ନୂତନ ତହସିଲଦାର ଅଶୋକ କୁମାର ଦାସ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଶାନ୍ତିଲତା ଦିଗାଲ ଦିଗାଲ ଘର ଭଙ୍ଗା ସହ ୧ ଲକ୍ଷ ୬୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ମହିଳା ଗୋଷ୍ଟିଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପ୍ରକାରେ ୨୪ ରୁ ଉର୍ଦ୍ଧ ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.