“ରାଷ୍ଟ୍ରୀୟ ପେନସନ୍ ଯୋଜନା(ଏନପିଏସ) ସଚେତନତା ଅଭିଯାନ”

ଛତ୍ରପୁର : ରାଷ୍ଟ୍ରୀୟ ପେନସନ୍ ଯୋଜନାର ରାଜ୍ୟ ବ୍ୟାପୀ ସେବା ସପ୍ତାହ ତା.୧୨.୦୯.୨୦୨୨ରିଖ ଠାରୁ ତା.୧୭.୦୯.୨୦୨୨ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଟ୍ରେଜରି କାର୍ଯ୍ୟଳୟ ପକ୍ଷରୁ ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ସଂଲଗ୍ନ ଉଠାଣ ଓ ବିତରଣ ଅଧିକାରୀ ମାନଙ୍କୁ କୋଷାଗାର ନିର୍ଦ୍ଦେଶାଳୟ ଓଡିଶା ଅର୍ଥ ବିଭାଗର ସହକାରୀ ନିର୍ଦ୍ଦେଶକ,ଶୁଭଶ୍ରୀ ପ୍ରିୟଦର୍ଶିନୀ ତାଲିମ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଜିଲ୍ଲା ଟ୍ରେଜରି ଅଧିକାରୀ ଭାଗ୍ୟଧର ମଲ୍ଲିକ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ପେନସନ୍ ଯୋଜନା ୦୧.୦୧.୨୦୦୫ ରିଖ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨.୮ ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀ ମାନେ କିପରି ସେମାନଙ୍କ ଜମା ରାଶି ତଦାରଖ କରିପାରିବେ’, କେଉଁଥିରେ ଜମା ରାଶି ବିନିଯୋଗ ହୋଇଛି, ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ସାମିଲ ହେବାର ୩ ବର୍ଷ ପରେ – କେଉଁ କେଉଁ ପରିସ୍ଥିତିରେ ସେମାନଙ୍କ ନିଜ ଜମାରୁ ଶତକଡା ୨୫ ଭାଗ ବାହାର କରିପାରିବେ, ଅବସର’ ଗ୍ରହଣ ପରେ କିପରି ସେମାନଙ୍କ’ର ପ୍ରାପ୍ୟ ଓ ପେନସନ୍ ପାଇପାରିବେ ସେ’ ସମ୍ପର୍କରେ ପ୍ରାଞ୍ଜଳ ଭାବେ ସହକାରୀ ନିର୍ଦ୍ଦେଶକ ଶୁଭଶ୍ରୀ ପ୍ରିୟଦର୍ଶିନୀ ବୁଝାଇ ଥିଲେ । ରାଷ୍ଟ୍ରୀୟ ପେନସନ୍ ଯୋଜନା ବାବଦରେ ଯେଉଁମାନଙ୍କର ଯାହା ସନ୍ଦେହ ରହିଥିଲା ତାହା ଶୁଭଶ୍ରୀ ପ୍ରିୟଦର୍ଶିନୀ ସେମାନଙ୍କର ସନ୍ଦେହ ମୋଚନ କରିଥିଲେ ।
ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଇଞ୍ଜିନିୟର ଅଶୋକ କୁମାର ସେନାପତି, ଟି. ସୌଜନ୍ୟା, ଜୀତେନ୍ଦ୍ର କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ବିଭାଗ’ର କର୍ମଚାରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ତାଲିମ ନେଇଥିଲେ । ଏହି ଅବସରରେ ସରୋଜ ଶତପଥୀ, ସହାୟକ ନିର୍ଦ୍ଦେଶକ ଟ୍ରେଜରି କାର୍ଯ୍ୟାଳୟ ଓ ଷ୍ଟାଫ କ୍ଵାଟର୍ର ର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ଵାରୋପ କରିଥିଲେ ।

nis-ad
Leave A Reply

Your email address will not be published.