୨ଟି ରାସ୍ତା ପାଇଁ ମନ୍ତ୍ରୀଙ୍କ ଦ୍ଵାରା ଭିତ୍ତି ପ୍ରସ୍ତର ସ୍ଥାପନ

ବୁଗୁଡା (୧୬/୦୯) : ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ସଡ଼କ ଯୋଜନା ଆନୁକୂଲ୍ୟରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡ଼ିଆବୋରଦା ପଞ୍ଚାୟତର କୁଞ୍ଜବନ ଏବଂ କରଚୁଲି ପଞ୍ଚାୟତର ପଥରବଣି ଠାରେ ୨ଟ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗୋଦେଇ ରାସ୍ତା କାମ ଦ୍ବୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେଥିରୁ ଗୋଟିଏ ରାସ୍ତା ମୋଟାବାଡ଼ି,କୁଞ୍ଜବନ,ଗୌଡ଼ିଆବୋରଦା,ଗାନ୍ଧୀନଗର ଆଦି ଗ୍ରାମ୍ଯ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଅନ୍ୟ ରାସ୍ତାଟି ପଡ଼ିଆଭଙ୍ଗା , କୁମୁଟିବନ୍ଧ ,ହରଡ଼ାଚିରା, ହାତୀଗଣ୍ଡ , ଝାଡ଼ପଡ଼ା ଆଦି ସମସ୍ତ ଗ୍ରାମକୁ ସଂଯୋଗ କରୁଥିବା ଫଳରେ ଲୋକମାନଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ବ୍ଲକ ଉପାଧ୍ୟକ୍ଷ ମାନସ ପ୍ରଧାନ,ବିରଞ୍ଚି ନାରାୟଣ ପଣ୍ଡା, ମଦନ ଗୋପାଳ ଦୋରା , ସୁଧାଂଶୁ ଶେଖର ପାଢ଼ୀ, ବସନ୍ତ ଦଳେଇ , ଚିତ୍ରସେନ ପ୍ରଧାନ ଟୁକୁନା ସ୍ୱାଇଁ, ରବୀନ୍ଦ୍ର ନାଥ ପଣ୍ଡା ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.