ବାହୁଦା ନଦୀ ଚିଲାଡ଼ି ଘାଟରେ ମହିଳାଙ୍କ ଶବ


ଚିକିଟି : ଗଞ୍ଜାମ ଜିଲ୍ଲା ଚିଲାଡ଼ି ଗ୍ରାମ ନିକଟସ୍ଥ ବାହୁଦା ନଦୀ ଘାଟରେ ମହିଳାଙ୍କ ଶବ ଭାସି ଆସି ଲାଗିଥିବା ସୂଚନା।ଆଜି ସକାଳେ ଚିଲାଡ଼ି ଗ୍ରାମର କିଛି ମହିଳା ନଦୀକୁ ସ୍ନାନ କରିବା ପାଇଁ ଯିବା ସମୟରେ ରାସ୍ତାରେ ଏକ ଗଳିତ ଶବ ପଡିଥିବାର ଗ୍ରାମକୁ ଆସି କହିଥିଲେ।ଖବର ଶୁଣି ସରପଞ୍ଚ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା ଓ କିଛି ଗ୍ରାମବାସୀ ଏକା ହୋଇ ନଦୀ ଘାଟରେ ପହଞ୍ଚି ସେହିଠାରୁ ସେମାନେ କେ. ନୂଆଗାଁ ଥାନା ଅଧିକାରୀଙ୍କୁ ସୂଚନା ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖବରର ଛାନ ଭିନ ସମୟରେ ଲୋକ ସମ୍ପର୍କିତ ସୂଚନା ପ୍ରକାରେ ଉକ୍ତ ଶବଟି ଖାରିଆଗୁଡା ନିକଟସ୍ଥ ବେଲପଡ଼ା ଗ୍ରାମର କମଳା ସାହୁ(୭୫) ବୋଲି ଜଣାପଡିଛି।କିଛି ସମୟ ପରେ ତାଙ୍କ ପୁତ୍ର ଓ ବେଲପଡ଼ା ଗ୍ରାମର କିଛି ବ୍ୟକ୍ତି ପହଞ୍ଚି ଶବକୁ ଚିହ୍ନଟ କରିବା ସହ ଗତ ଶନିବାର ରାତ୍ର ପ୍ରାୟ ୩ଟା ସମୟରେ ନଦୀକୁ ଶୌଚ କରିବାକୁ ଯାଇ ଭାସି ଯାଇଥିବେ ବୋଲି ରବିବାର ସକାଳେ ଆମେ ଖାରିଆଗୁଡା ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିବା କହିଥିଲେ।ପରେ ପରେ ଘଟଣା ସ୍ଥଳରେ ଖାରିଆଗୁଡା ଫାଣ୍ଡି ଅଧିକାରୀ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କେ. ନୂଆଗାଁ ଥାନା ଅଧିକାରୀ ମୂର୍ତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.