ମାଇଗ୍ରାଣ୍ଟ ଆୱାରନେସ ଏଣ୍ଡ ଇନଫରମେସନ ନେଟୱାର୍କ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲାରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି l ଲୋକେ ଗାଁ ଛାଡିକାମ ଧନ୍ଦା ଅନ୍ୱେଷଣରେ ରାଜ୍ୟବାହାରକୁ ଚାଲିଯାଉଛନ୍ତି l ତେବେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୋୖଣସି ଉଦ୍ୟମ କରାଯାଉନଥିବାରୁ ଏବେ ଜିଲାର ତୁମୁଡିବନ୍ଧ ଅଂଚଳର ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଓ ସି ଆଇ ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ରେ ମାଇଗ୍ରାଣ୍ଟ ଆୱାର ନେସ ଏଣ୍ଡ ଇନଫ ରମେସନ ନେଟୱାର୍କ କର୍ମଶାଳା ଅନୁଷ୍ଠିତ ହୋଇଥିଲା lଏଥିରେ ଓ ସି ଆଇ ମୁଖ୍ୟ ଫାଦେର ବ୍ଳାସିୟସ ଏକ୍କା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସର୍ବିଶେଷ ତଥ୍ୟ ସମ୍ପର୍କରେ ବର୍ଣନା କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶ୍ରମ ଅଧିକାରୀ ଶୁଭଦର୍ଶିନୀ ନାୟକ, ବରିଷ୍ଠ ଆଇନଜୀବୀ ବିଜୟ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ ମଞ୍ଚ ସଭାପତି ଡ଼ଃ. ଅରୂପ ଜେନା, ଓ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କନ୍ଧମାଳ ଜିଲାରେ କାମ ଧନ୍ଦା ଅଭାବରୁ ହଜାର ହଜାର ସଂଖ୍ୟାରେ ଦାଦନ ରାଜ୍ୟ ବାହାରକୁ ଯାଉଥିଲେ ବି ପ୍ରଶାସନ ନିକଟରେ କୌଣସି ତଥ୍ୟ ନାହିଁ କିମ୍ବା ସେମାନେ କୌଣସି ପଞ୍ଜିକୃତ ଠିକାଦାରଙ୍କ ମାଧ୍ୟମରେ ଯାଉନାହାନ୍ତି l ଶ୍ରମ ବିଭାଗକୁ ନଜଣାଇ ନିଜସ୍ୱ ଇଚ୍ଛାରେ ଚାଲି ଯାଉଛନ୍ତି,ଫଳରେ ସେଠାରେ କିଛି ସମସ୍ୟା ହେଲେ ସେମାନଙ୍କ ପରିବାର ଆର୍ଥିକ ସହାୟତା ପାଇପାରୁ ନାହାନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ସେହିପରି ପଞ୍ଚାୟତ ଓ ବ୍ଲକ ସ୍ତରରେ ସଚେତନ କରିବା ଜରୁରୀ ବୋଲି କହିଥିଲେ lଗ୍ରାମାଞ୍ଚଳ ସ୍ତରରୁ ଅନ୍ୟ ରାଜ୍ୟକୁ ଚାଲିଯାଉଥିବା ଶ୍ରମିକ ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ସଚେତନ ପାଇଁ ସାମାଜିକ କର୍ମୀ, ଲୋକପ୍ରତିନିଧି, ସ୍ବେଛାସେବୀ ସଂଗଠନ, ଗଣ ମାଧ୍ୟମ ପ୍ରତିନିଧି, ପିଏଜି ରୁ ବଛା ବଛା ଆଗ୍ରହୀ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ କୋର କମିଟି ଗଠନ କରିବା ଲାଗି ନିଷ୍ପତି ହୋଇଥିଲା lସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସ୍ଵାତି ସମ୍ପାଦକ ତଥା ପି ଏ ଜି ଆବାହକ ଇଂ. ହରିଶଙ୍କର ରାଉତ, ଶାନ୍ତିଓ ମୈତ୍ରୀ ମୁଖ୍ୟ ଭଗବାନ ଜେନା, ସାହାରା ଅନୁଷ୍ଠାନ ମୁଖ୍ୟ ସୁକାନ୍ତ ନାୟକ, ହାଇ ହୋପ ମୁଖ୍ୟ ପରିଚାଳକ ଲିଙ୍ଗରାଜ ପ୍ରଧାନ, ସମାଜସେବୀ ଅଶୋକ ପରିଡା,ଓ ସି ଆଇ ର ସଂଯୋଜକ ଉଲ୍ଲାସ ମୁଦୁଲି,ଅଶୋକ ପ୍ରଧାନ, ପ୍ରମୁଖ ଙ୍କ ସମେତ ବହୁ ସ୍ଵେଛା ସେବୀ ସଂଗଠନ କର୍ମକର୍ତା ମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ lଅତିଶୀଘ୍ର କୋର କମିଟି ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଓସି ଆଇ ମୁଖ୍ୟ ଫାଦେର ଏକ୍କା କହିଛନ୍ତି l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ଅlନ୍ତରୀକ ସହଯୋଗ କାମନା କରିଛନ୍ତି ଏକ୍କା l

nis-ad
Leave A Reply

Your email address will not be published.