ବାଲନ୍ଦାପଡାରେ ପୋଷଣ ମାସ – ୨୦୨୨ ପାଳିତ

ଫୁଲବାଣୀ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଓ ଆର୍ନ୍ତଜାତୀୟ ଅନୁଷ୍ଠାନ କ୍ରାଏ, କୋଲକତାଙ୍କ ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବାଲନ୍ଦାପଡା ଠାରେ ଆଞ୍ଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି । ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମା ଗୃହର ମଧ୍ୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଷରପ୍ରିୟା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ କୁ ପୋଷଣ ଦୂର କରିବା ପାଇଁ ହେଲେ ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ, ଆଶା କର୍ମୀ ଓ ଅଙ୍ଗନୱା ଡିକର୍ମୀଙ୍କୁ ସହଯୋଗ କରିବା ସହ ନିଜ ନିଜ ଘରେ ମଧ୍ୟ ନିଜ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପନିପରିବା, ଫଳ ଇତ୍ୟାଦି ଖାଇବାକୁ ଅନୁରୋଧ କରିଥିଲେ, ଯାହାକି ମାତୃ ଓ ଶିଶୁ ମୃତ୍ୟୁହାରକୁ କମାଇପାରିବ । ଏଥିସହ ବାଲନ୍ଦାପଡା ଓକୁଏରମାଣ୍ଡୁ ଗ୍ରାମପଂଚାୟତରେ ସରପଞ୍ଚଙ୍କ ସହିତ, ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗଦେଇ କୁପୋଷଣ ହଟାଇବାରେ ପଞ୍ଚାୟତ ପ୍ରତିନିଧି ମାନଙ୍କର ଥିବା ମୂଖ୍ୟ ଭୁମିକାକୁ ନଜରକୁ ଆଣି ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ପୂର୍ବତନ ଫିରଙ୍ଗିଆ ବ୍ଲକ ଉପାଧକ୍ଷା ସସ୍ମିତା ଦିଗାଲ ଉପସ୍ଥିତ ରହି ମା ଗୃହ ଦୀର୍ଘ ୧୦ ବର୍ଷ ଧରି ଅଞ୍ଚଳବାସୀ ଙ୍କୁ ଯୋଗାଇ ଆସୁଥିବା ସେବା ଗୁଡିକୁ ପ୍ରଶଂସା କରିବା ସହ, ଆଗାମୀ ଦିନରେ ସେବୀକା ମାନଙ୍କର ପ୍ରଚେଷ୍ଟାରୁ କୁପୋଷଣ ଦୂର ହେବ ବୋଲି ଆଶା ରଖିଥିଲେ । ସ୍ଥାନୀୟ ମହିଳା ପରିଦର୍ଶୀକା ଅପର୍ଣ୍ଣା ଦିଗାଲ ଯୋଗ ଦେଇ ପୋଷଣ ସମ୍ବଦ୍ଧୀୟ ବାର୍ତା ବାଣ୍ଟିବା ସହ ପୁଷ୍ଟିକାର ଖାଦ୍ୟ ମା ଶିଶୁଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ କାର୍ଯ୍ୟ ପରିଚାଳକ ଅଜୟ କୁମାର ସାହୁ ଯୋଗଦେଇ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ମା ଗୃହର ଭୂମିକା ଓ ପରାମର୍ଶ ଜନିତ ସମସ୍ୟାକୁ ଏଡାଇବା ପାଇଁ ମମତା ଦିବସ ଓ ପରାମର୍ଶ ଜନିତ ସେବାର ଗୁରୁତ୍ୱ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ମା ଗୃହର ୧୦ ବର୍ଷର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଉପସ୍ଥାପନା କରିବା ସହ ସ୍ଥାନୀୟ ଅଞ୍ଚଳର କୁନି କଳାକାର ମାନଙ୍କୁ ନେଇ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରି ତିନି ଜଣ ସୁସ୍ଥ ଶିଶୁଙ୍କୁ ଚିହ୍ନଟକରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବାଲନ୍ଦାପଡାର ଡା. ଅଭିତୋଶ ମିଶ୍ର, ଉପସ୍ଥିତ ରହି ମା ଗୃହର କାର୍ଯ୍ୟକୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସମସ୍ତେ ହାତକୁ ହାତ ମିଶାଇ କାମ କରିପାରିଲେ ଆଗାମୀ ଦିନରେ କୁପୋଷଣ ଏବଂ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିପାରିବ । ଏଥିରେ ସ୍ଥାନୀୟ ସ୍ୱଚ୍ଛାସେବୀ ପଞ୍ଚୁଦେବ ପ୍ରଧାନକୁ ତାଙ୍କ ନିଷ୍ଠାପର ସମାଜ ସେବା ପାଇଁ ସମ୍ମାନିତ କରିଥିଲେ । ମଞ୍ଚ ପରିଚାଳନାରେ କୁସ ସାନସେଠ ଓ ଆଲୋକ ସାମନ୍ତରାୟ ସହଯୋଗ କରିଥିବା ବେଳେ , ପୁଷ୍ପିତା ସାହୁ, ଅନୁପମା କହଁର, ସାମନ୍ତି ଦିଗାଲ, ରିତାଞ୍ଜଳୀ ସାହୁ, ମାନସ ପ୍ରଧାନ, ସୈାରଭ ପଣ୍ଡା, ମାମିନା କହଁର ଓ ଗିତାଞ୍ଜଳୀ କହଁର ପ୍ରମୁଖ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.