୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍

ଭୁବନେଶ୍ୱର ୧୩।୦୯: ଏୟାରପୋର୍ଟ୍ ପରିସରରେ ଥିବା ସିକ୍ୟୁରିଟି କେବିନ ନଂ ୧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫିଲ୍ମ ଷ୍ଟାଇଲରେ ଉଡିଲା କାର। ଭାଙ୍ଗିଲା ୩୦ ଫୁଟ୍ ପାଚେରୀ। ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇ ୩୦ ଫୁଟ୍ ପାଚେରୀ ଡେଇଁବା ସହ ପାଚେରୀ ଭାଙ୍ଗି ଏୟାପୋର୍ଟ ପରିସରକୁ ପଶିଲା ଆଇ-୨୦ କାର୍। ଅଳ୍ପକେ ବର୍ତ୍ତିଗଲେ ୪ ଜଣ ଯାତ୍ରୀ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏୟାରପୋର୍ଟ ପରିସରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଆଇ-୨୦ କାରଟି ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇଥିବା ବେଳେ ଫିଲ୍ମ ଷ୍ଟାଇଲେ କାରଟି ନିକଟରେ ଥିବା ୩୦ ଫୁଟ ପାଚେରୀରେ ଧକ୍କା ଦେଇଥିଲା। ଫଳରେ ପାଚେରୀ ଭାଙ୍ଗିଯିବା ସହ କାର୍‌ର କିଛି ଅଂଶ ଭାଙ୍ଗିଯାଇଛି । ତେବେ ଏ​‌ତେ ବଡ଼ ଦୁର୍ଘଟଣାରୁ ୪ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛି। ଘଟଣାସ୍ଥଳରେ ଏୟାପୋର୍ଟ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି। ଏବେ ଯାଏଁ ଯାତ୍ରୀଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳିପାରିନାହିଁ।

nis-ad
Leave A Reply

Your email address will not be published.