ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା…

ହତ୍ୟାକାରୀ ମାନେ ପୂର୍ବରୁ କରିଥିଲେ ବ୍ଲୁ ପ୍ରିଣ୍ଟ…

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡି ଗ୍ରାମ ଛକରେ ଯୁବକଙ୍କୁ ଆକ୍ରମଣ । ଆକ୍ରମଣ ହୋଇଥିବା ଯୁବକ ଜଣଙ୍କ ହେଲେ ପୁରୁଷତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ପଞ୍ଚାୟତ ରାମସା ନାରାୟଣପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାହକ ।  ସୂଚନା ମୁତାବକ ପୂର୍ଣ୍ଣ ଏକ ଦୁଷ୍କର୍ମ ମାମଲାରେ ସାକ୍ଷୀ ଦେବା ପାଇଁ ବ୍ରହ୍ମପୁର କୋର୍ଟ କୁ ଆସୁଥିବା ବେଳେ ପୂର୍ବରୁ ଯୋଜନା ବଦ୍ଧ ଭାବେ ଜଗି ରହିଥିବା କିଛି ବ୍ୟକ୍ତି ତାଙ୍କୁ ସଦର ଥାନା ଅଧିନସ୍ତ ଗୋଲା ରେଗିଡି ଗ୍ରାମ ନିକଟରେ ୬ ଜଣ ବ୍ୟକ୍ତି ଖଣ୍ଡା ରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ ।  ପୂର୍ଣ୍ଣ ଙ୍କ ମୁଣ୍ଡ, ଦେହ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରେ ହିଁ ଅଚେତ୍ ହୋଇ ପଡ଼ିଥିଲେ  । କିଛି ସ୍ଥାନୀୟ ଲୋକ ଏହା ଦେଖିଥିଲେ ମଧ୍ୟ ସାହସ କରିନଥିଲେ ଯୁବକ ଜଣକଙ୍କୁ ବଞ୍ଚାଇବା ପାଇଁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ସଦର ପୋଲିସ କୁ ଖବର ଦେଇ ଥିଲେ ଖବର ପାଇଁ ଘଟଣା ସ୍ଥଳରେ ସଦର ଏସ.ଡି.ପି.ଓ ଶିବ ଶଙ୍କର ମହାପାତ୍ର  ଓ ଥାନା ଅଧିକାରୀ ମହେନ୍ଦ୍ର ସାହୁ  ପହଞ୍ଚି  ରକ୍ତ ଯୁଡ଼ୁବୁଡୁ ଅବସ୍ଥରେ ପୂର୍ଣ୍ଣ ନାହାକ ଙ୍କୁ  ଉଦ୍ଧାର କରି  ଏମ.କେ.ସି.ଜି.ରେ ପୂର୍ଣ୍ଣ ଙ୍କୁ ଭର୍ତି କରାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ  ପୂର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।ସୂଚନା ଥାଉକି  ଏହି ଘଟଣା ରାଜନୈତିକ ଶତ୍ରୁତାକୁ ନେଇ ଘଟିଥିବା କହିଛନ୍ତି ପୂର୍ଣ୍ଣ ଙ୍କ ପତ୍ନୀ ମିନତି ନାହକ । ଅନ୍ୟପଟେ ଏହି ଘଟଣାକୁ ଆଧାର କରି ଏହ ହତ୍ୟା ମାମଲା ଦାୟର କରିଥିବା ବେଳେ ଏଥିରେ କିଏ କିଏ ସଂପୃକ୍ତି ଅଛନ୍ତି ତାହାକୁ ଅଧିକ ତଦନ୍ତ କରୁଛି ସଦର ପୋଲିସ 

nis-ad
Leave A Reply

Your email address will not be published.