କନ୍ଧମାଳ ଜିଲ୍ଲାରେ ଆପ ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ (୧୨/୯) : କନ୍ଧମାଳ ଜିଲ୍ଲା ଆପ ପକ୍ଷରୁ ଆଜି ମାଷ୍ଟର ପଡ଼ାର ପାରିଜାତ କଲ୍ୟାଣ ମଣ୍ଡପରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଆପ କ୍ରାନ୍ତିକାରୀଙ୍କ ଉପସ୍ଥିତିରେ ମାଦିକୁନ୍ଦା ଛକ ଠାରୁ ପଦଯାତ୍ରା କରି ସଭା ସ୍ଥଳକୁ ଆସିଥିଲେ । ଜିଲ୍ଲା ସଭାପତି ବଳରାମ ଦିଗାଲଙ୍କ ଆହ୍ବାନ କ୍ରମେ ଜିଲ୍ଲାର ସମସ୍ତ ବ୍ଲକର ବ୍ଲକ ସଭାପତି ଓ କର୍ମୀ ମାନଙ୍କୁ ନେଇ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁରରୁ ପ୍ରଭାରୀ ଆଦିତ୍ୟ ନାରାୟଣ ରଥ ଯୋଗ ଦେଇଥିଲେ । ଘୁ ଉଦୟଗିରି ଲିଗାଲ ଆଡଭାଇଯାର ରଜତ କୁମାର୍ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ପରେ ପରେ ପରିଚାଳକ ମଞ୍ଚକୁ ଜିଲ୍ଲା ସଭାପତି,ଉପସଭାପତି, ସାଧାରଣ ସମ୍ପାଦକ, ଅର୍ଥ ଉପଦେଷ୍ଟା, ଜିଲ୍ଲା ଉପଦେଷ୍ଟା ଏବଂ ଆପ ମହିଳା ସଭାନେତ୍ରୀଙ୍କୁ ସ୍ବାଗତ କରାଯାଇଥିଲା । ଜିଲ୍ଲାର ସମସ୍ତ ବ୍ଲକ୍ ଓ ଏନ୍ ଏ ସି ରୁ ଆସିଥିବା କର୍ମକର୍ତ୍ତାଙ୍କୁ ମଧ୍ୟ ମଞ୍ଚକୁ ସ୍ବାଗତ କରିଥିଲେ ।ମଞ୍ଚାସୀନ ବ୍ଲକ ସଭାପତି ମାନେ ନିଜ ନିଜ ମତ ଆପ ବିଷୟରେ ପ୍ରକାଶ କରିଥିଲେ ।ମୁଖ୍ୟ ଅତିଥି ନିଜ ପ୍ରତିକ୍ରିୟାରେ ଶିକ୍ଷା ବିଜୁଳି,ସ୍ବାସ୍ଥ୍ୟକୁ ମୁଦ୍ଦା କରି ଆଗାମୀ ଦିନରେ ଆପ ଦଳ ଲୋକଙ୍କ ନିକଟରେ ପହଞ୍ଚିବ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଦଳକୁ ସୁଦୃଢ ଓ ସଂଗଠନ ଉପରେ ଗୁରୁତ୍ବ ଦେଇ ୨୦୨୪ ନିର୍ବାଚନରେ ଦଳକୁ ବିଜୟ କରିବା,୨୦୦ ୟୁନିଟ ମୁକ୍ତ ବିଜୁଳି ପ୍ରଦାନ କରିବା,ଉନ୍ନତ ଶିକ୍ଷା ବ୍ୟବସ୍ଥା,ଠିକା ନିଯୁକ୍ତି ଦୂର କରିବା,ସ୍ବାସ୍ଥ୍ୟ ସେବା ଉନ୍ନତ ମାନର ପ୍ରଦାନ ଉପରେ ଆଲୋଚନା କରାଯାଇଥିଲା ।ଜିଲ୍ଲାର ବ୍ଲକ କର୍ମୀମାନେ ମଧ୍ୟ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆଦର୍ଶ ନୀତି ଆପଣେଇ କନ୍ଧମାଳ ଜିଲ୍ଲାରେ ଆପକୁ ବିସ୍ତାର କରି ଦଳକୁ ବିଜୟ କରେଇବେ ବୋଲି ମତ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଭାରୀ ଆଦିତ୍ୟ ନାରାୟଣ ରଥ,ଜିଲ୍ଲା ସଭାପତି ବଳରାମ ଦିଗାଲ,ଉପ ସଭାପତି ଯୌବନ ମଲ୍ଲିକ,କନ୍ଧମାଳ ମୁଖପାତ୍ର ଗିରିଶ ପଟ୍ଟନାୟକ,ସମ୍ପାଦକ ଫିରୋଜ କୁମାର୍ ନାୟକ,ଜିଲ୍ଲା ଆଇନ ପରାମର୍ଶ ଦାତ୍ତା ରଜତ କୁମାର ନାୟକ, ଫୁଲବାଣୀର ସଭାନେତ୍ରୀ ରଶ୍ମିତା ପଟ୍ଟନାୟକ ଆର୍ଥିକ ପରାମର୍ଶ ଦାତା ଜର୍ବାସ ଦିଗାଲ,ଜିଲ୍ଲା ପରାମର୍ଶ ଦାତା ତଥା ବରିଷ୍ଠ କର୍ମକର୍ତ୍ତା ରାଜ କିଶୋର ପାଢ଼ୀ,ଜିଲ୍ଲା ଯୁବ ସଭାପତି ସଞ୍ଜୀବ କୁମାର ପ୍ରଧାନ, କୋର କମିଟି ଇନ୍ ଚାର୍ଜ ଦିଲ୍ଲୀପ ଦିଗାଲ,ଆଦିବାସୀ ସେଲ ସଭାପତି ମହେନ୍ଦ୍ର କୁମାର୍ ମଲ୍ଲିକ, ହରିଜନ ସେଲ ସଭାପତି ତ୍ରିନାଥ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଆପ ଯେପରି ଆସନ୍ତା ନିର୍ବାଚନରେ ଦମଦାର ବିଜୟ କରିବ ସେଥିନିମନ୍ତେ ପ୍ରୟାସ କରିବ ବୋଲି ସମସ୍ତ କର୍ମୀ ନିଜ ନିଜର ମତ ପ୍ରକାଶ କରିଥିଲେ ।ଶେଷରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.