ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି


ବୁଗୁଡ଼ା (୧୧/୦୯) : ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ବୁଦ୍ଧଗିରି ବିଦ୍ୟାପୀଠରେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ପ୍ରସନ୍ନ କୁମାର ବେହରା ଓ ସମ୍ମାନିତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇଥିଲେ । ଏ ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ତାଙ୍କୁ ସହଯୋଗ କରିଥିବା ଓଡିଶାର ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଉଲ୍ଲେଖ କରି ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ଵାରା ୧୦୦ଟି ସ୍କ୍ରାପ୍ ବୁକ୍ ପ୍ରସ୍ତୁତ କରାଯାଇଥିଲା । ସେଥି ମଧ୍ୟରୁ ୩୦ଟି ସ୍କ୍ରାପ୍ ବୁକ୍ ଚୟନ କରାଯାଇ ଜିଲ୍ଲା ସ୍ତରକୁ ପ୍ରେରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସ୍ବରୂପ ରଞ୍ଜନ ମହାନ୍ତି ପରିଚାଳନା କରିଥିବା ବେଳେ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.