କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ

କଟକ: କଟକରେ ନକଲି ମେଡିସିନ ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ। ନକଲି ମେଡିସିନ ବିକ୍ରି କରୁଥିବା ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟତା ରଦ୍ଦ କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ। ଭିଆର ଏଜେନ୍‌ସି ଓ ପୂଜା ଏଣ୍ଟରପ୍ରାଇଜର୍ସର ଲାଇସେନ୍‌ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ।

ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। କଟକରେ ରକ୍ତଚାପ ପାଇଁ ନକଲି ଔଷଧ କାରବାର ନେଇ ଡ୍ରଗ୍‌ କଣ୍ଟ୍ରୋଲର ଟିମ୍‌ ଚଢାଉ କରିଥିଲା। ବିହାରର ଗୟା ଓ ବେଙ୍ଗାଳୁରୁରୁ କଟକକୁ ନକଲି ମେଡିସିନ ଆସୁଥିବା ଜଣାପଡ଼ିଛି। ଏହି ଦୁଇଟି ସ୍ଥାନକୁ ଯାଇ ଡ୍ରଗ୍‌ କଣ୍ଟ୍ରୋଲ ଟିମ୍‌ ତଦନ୍ତ କରିବ ବୋଲି ଜଣାପଡ଼ିଛି।

nis-ad
Leave A Reply

Your email address will not be published.