ଆହାର କେନ୍ଦ୍ର ପରିସରରେ ଅନାହାରରେ ବ୍ୟକ୍ତିଙ୍କ ମୃତ୍ୟୁ

ମାଲକାନଗିରି : ଆଜି ଏକ ହୃଦୟବିଦାରକ ଦୃଶ୍ୟଦେଖିବାକୁ ମିଳିଛି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ।ସରକାର ଙ୍କ ବହୁମୁଖୀ ଗରିବ କଲ୍ୟାଣ ଯୋଜନା କାମରେ ଆସୁନଥିବା ଭଳି ମନେ ହେଉଛି । ଆଜି ବସଷ୍ଟାଣ୍ଡ ମଧ୍ୟରେ ଥିବା ଆହାର କେନ୍ଦ୍ର ପରିସରରେ ଏକ ବ୍ୟକ୍ତି ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ସୂଚନା ରୁ ପ୍ରକାଶ ମୃତ ବ୍ୟକ୍ତି ଜଣକ ମାଲକାନଗିରି ସଦର ନିକଟ ମୁଣ୍ଡାଗୁଡା ଗ୍ରାମର ରାମଚନ୍ଦ୍ର ବୟସ ପ୍ରାୟ ୪୦ବର୍ଷ ହେବ ମୃତ୍ୟୁ ର ସଠିକ କାରଣ ଜଣାପଡିନଥିବା ବେଳେ ଅନାହାର ମୃତ୍ୟୁ ବୋଲି ଉପସ୍ଥିତ ଜନ ସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଖବର ପ୍ରକାଶ ସମୟରେ କୋୖଣସି ଅଧିକାରୀ ସେଠାରେ ପହଁଚି ନାହାନ୍ତି ।

nis-ad
Leave A Reply

Your email address will not be published.