ବିଜେପି ଫୋକସରେ ଓଡ଼ିଶା । ୨୦୨୪ ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ଦଳ । ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହା ପୂର୍ବରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଜୋରଦାର ହୋଇଛି । ଶାସକ ଦଳକୁ ଚେକ୍ ଦେବା ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ ।
ଗତକାଲି ୫ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିଥିବା ବେଳେ ଆଜି ରାଜ୍ୟରେ ପହଞ୍ଚିଛନ୍ତି ଆଉ ୨ ଜଣ କେନ୍ଦ୍ରମନ୍ତ୍ରୀ । ସବୁଠାରୁ ବଡ କଥା ହେଉଛି ଓଡିଶା ଆସି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଇଡି, ସିବିଆଇର ନାଁ କହି ଡରାଇବା ଆରମ୍ଭ କଲେଣି ।
ଓଡିଶାକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ନେଇ ଚର୍ଚ୍ଚା ଜୋର ଧରଥିବାବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବୟାନକୁ ନେଇ ଏବେ ତେଜିଛି ରାଜନୀତି । ସେ ସିଧାସଳଖ ଡରାଇଛନ୍ତି ଯେ, ଓଡ଼ିଶାରେ ଦୁର୍ନୀତି ବଢୁଛି । ସିବିଆଇ ଇଡ଼ି ଆସି ଏଠାରେ ଖୋଳତାଡ କରିବା ଦରକାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୨ ବର୍ଷ ଧରି ରାଜ୍ୟରେ ଅନ୍ୟାୟ, ଅତ୍ୟାଚାର, ଲୁଣ୍ଠନ ବଢିଚାଲିଛି । ହତ୍ୟା ଓ ଅପହରଣ ବି ହେଲାଣି । ସମୟ ଆସିଛି ସେଂଟ୍ରାଲ ଭିଜିଲାନ୍ସ, ଇଡି ଓ ସିବିଆଇ ଆସିବାର ଆବଶ୍ୟକ ରହିଛି । ଏଠାରେ ଲୋକଙ୍କ ସମ୍ପତ୍ତି ଲୁଟ୍ ହେଉଛି ।
୭ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଛି । ଆଉ ଏହି ସମୟରେ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ବୟାନକୁ ନେଇ ବିଜେଡିରେ ହଲଚଲ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ପଶ୍ଚିମବଙ୍ଗ, ମହାରଷ୍ଟ୍ର ଓ ବିହାର ପରେ