୮ ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହେଲା ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ

ଅନୁଗୋଳ: ଶେଷ ହୋଇଛି କୋଇଲା ନଗରୀ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା । ଆଜି (ଶନିବାର) ଭସାଣି ପାଇଁ ହୋଇଛି ସ୍ବତନ୍ତ୍ର ଆୟୋଜନ । ତାଳଚେର ଗଣେଶ ପୂଜା ଭସାଣିରେ ସବୁଠାରୁ ଆକର୍ଷଣ ହୋଇଥାଏ ଗଣେଶଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ । ତେବେ ଏଥର ୮ ଲକ୍ଷ ୭୦ ହଜାର ଟଙ୍କାରେ ଏକ କ୍ୱିଣ୍ଟାଲ ଲଡୁ ନିଲାମ ହୋଇଛି । ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭସାଣି ଉତ୍ସବ ଚାଲିବ ବୋଲି ସୂଚନା ମିଳିଛି ।

ପ୍ରତିବର୍ଷ କୋଇଲା ନଗରୀ ତାଳଚେରରେ ଧୂମଧାମରେ ପାଳନ ହୋଇଥାଏ ଗଣେଶ ପୂଜା । ବିଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଏଥିରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ରହିଥିଲେ । ତେବେ ଚଳିତ ବର୍ଷ ପୁଣିଥରେ ଭକ୍ତଙ୍କ ଗହଣରେ ବହୁ ଆଡ଼ମ୍ବରରେ ଗଣେଶ ପୂଜା ପାଳନ ହୋଇଥିଲା । ଆଜି (ଶନିବାର) ପ୍ରବଳ ବର୍ଷା ସତ୍ତ୍ବେ ଆଜି ବିଦାୟ ନେଉଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ୧୦୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିଲେ ଗଣନାଥ । ତେବେ ଆଜି ସ୍ବତନ୍ତ୍ର ଆୟୋଜନରେ ପ୍ରଭୁଙ୍କୁ ବିଦାୟ ଦେବା ପାଇଁ ଭସାଣି ଯାତ୍ରାର ଆୟୋଜନ ହୋଇଛି ।ତାଳଚେର ପ୍ରସିଦ୍ଧ ଭସାଣି ଯାତ୍ରା, 8 ଲକ୍ଷ 70 ହାଜର ଟଙ୍କାରେ ନିଲାମ ହେଲା ଲଡୁ

ପ୍ରତିବର୍ଷ ତାଳଚେର ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ଓ ମାଳ ନିଲାମ କାର୍ଯ୍ୟ ସମ୍ପନ୍ନ ହୋଇଛି । ଚଳିତ ବର୍ଷ ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିବାବେଳେ, ସର୍ବଶେଷ୍ଠ ନିଲାମଧାରୀ ଅନୁଷ୍ଠାନ ଭାବେ ଲାଲବାଗରାଜା ମୋଟ ୮ ଲକ୍ଷ ୭୦ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡୁ ଓ ଆଜ୍ଞା ମାଳକୁ ନିଲାମରେ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ, ଢେଙ୍କାନାଳ ସାଂସଦ, ଉପବାଚସ୍ପତି ରଜନୀକାନ୍ତ ସିଂ, ମ୍ୟୁନିସିପାଲିଟି ପୌରାଧ୍ୟକ୍ଷଙ୍କ ସମେତ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପରେ ଭସାଣି ଉତ୍ସବ ଆରମ୍ଭ ହୋଇଥିଲା ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ୨୬ଟି ପୂଜାମଣ୍ଡପର କାର୍ଯ୍ୟକର୍ତ୍ତାମାନେ ନିଜର ମେଢ଼ ସହିତ ବଡଦାଣ୍ଡ ସାହିସ୍ଥିତ ମେଳଣ ପଡିଆ ଠାରେ ପହଞ୍ଚିଥିଲେ । ସମସ୍ତ ମେଢ଼ ଗୁଡିକ କ୍ରମାନ୍ବୟରେ ଏହି ଭସାଣି ଉତ୍ସବରେ ସାମିଲ ହୋଇ ସହର ପରିକ୍ରମା କରିବା ସହ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ହୋଇଥିବା କୁତ୍ରିମ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଭସାଣି ଉତ୍ସବରେ ମେଢ଼ ଗୁଡିକ ଶୋଭାଯାତ୍ରାରେ ସହର ପରିକ୍ରମା କାରିବେ । ତେବେ ଏଥିପାଇଁ ସହରରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି ।

nis-ad
Leave A Reply

Your email address will not be published.