ଶସ୍ୟବୀମା ପ୍ରଦାନ ଦିଗରେ ପଦକ୍ଷେପ ପାଇଁ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ସହ ଆଲୋଚନା

ସମ୍ବଲପୁର (୧୦/୦୯) : ଚାଷୀ ମାନଙ୍କ ଷସ୍ୟବୀମା ସମସ୍ୟା ନେଇ ଖାଦ୍ୟ, ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ସହ ଆଲୋଚନା l ଶସ୍ୟ ବୀମା ପ୍ରଦାନ ଦିଗରେ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ସମସ୍ୟା ନେଇ ଆଜି ଭୁବନେଶ୍ଵର ଠାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ବିଜୁ ଯୁବ ଜନତା ଦଳ ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜିତ୍ ମହାନ୍ତି, ତିଳେଇବଣି ବ୍ଳକ ପୂର୍ବତନ ଉପାଦକ୍ଷ ଭୂପେନ୍ଦ୍ର ନାୟକ, ସମ୍ବଲପୁର ଛାତ୍ର ବିଜେଡ଼ି ଉପ ସଭାପତି ସୁମିତ୍ ପଟେଲ ପ୍ରମୁଖ ମାନ୍ୟବର ଖାଉଟି କଲ୍ୟାଣ ଏବଂ ଯୋଗାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି l ବିଶେଷ ଭାବରେ ଓଡିଶା ସରକାରଙ୍କ ଦ୍ଵାରା ବାରମ୍ବାର କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ବୀମା ପ୍ରଦାନ ଦିଗରେ କେନ୍ଦ୍ରସରକାରଙ୍କ ଅବହେଳା ପ୍ରଦର୍ଶନ କରୁଥିବା ଯୋଗୁ ଏହି ଦିଗରେ ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କ ଉପରେ ଆହୁରି ଚାପ ପ୍ରୟୋଗ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା l
ଏହି ଦିଗରେ ଆଲୋଚନା କରାଯାଇଛି ଏବଂ ଯେହେତୁ କେନ୍ଦ୍ରସରକାର ବୀମା କମ୍ପାନୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେ ଦିଗରେ କେନ୍ଦ୍ରସରକାର ଯତ୍ନବାନ୍ ହେବା ଆବଶ୍ୟକ ବୋଲି ବିଧାୟକ କିଶୋର ନାୟକ ଏବଂ ସଞ୍ଜିତ୍ ମହାନ୍ତି ଦାବୀ କରିଛନ୍ତି l କେନ୍ଦ୍ର ସରକାର ଙ୍କ ସମବାୟ ମନ୍ତ୍ରୀ ଅମିତ୍ ସାହା ଙ୍କ ସହ ମାନ୍ୟବର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଲୋଚନା କରି ସାରିଥିବା ଏବଂ ଏ ଦିଗରେ ଯାଥା ଶୀଘ୍ର ପଦକ୍ଷେପ ନେବାପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ l

nis-ad
Leave A Reply

Your email address will not be published.