ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ଗରମାଗରମ୍ ଢ଼ାବା ନିକଟରେ ସାହୁ ଏଣ୍ଡ ମୋଟର୍ସ ବ୍ୟାଟରୀ ଗାଡ଼ି ସୋ ରୁମ ଏବଂ ହାର୍ଡ ୱାର୍କ ଗୋଦାମରେ ଗଚ୍ଛିତ ଥିବା ୩୦ ବସ୍ତା ନକଲି ଗୁଟଖା ଜବତ କରିଛି ବଡ ବଜାର ପୁଲିସ । ଏହି ମାମଲା ବଡ଼ ବଜାର ପୁଲିସ କାଳୁପାତ୍ର ସାହିର ମିଟୁ ସାହୁଙ୍କ ପୁଅ ଅରୁଣ ସାହୁଙ୍କୁ ଗିରଫ କରିଛି । ଏ ନେଇ ବଡ଼ ବଜାର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ ଗରମାଗରମ୍ ଢ଼ାବା ନିକଟରେ ବେଆଇନ ଭାବେ ନକଲି ଗୁଟଖା କାରବାର ହେଉଥିବା ନେଇ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନିକଟରେ ଖବର ପହଞ୍ଚିଥିଲା । ପରେ ଶ୍ରୀ ଭୁପତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ରଞ୍ଜିତ କୁମାର ଦାସ ଓ ତାଙ୍କ ଟିମ ସାହୁ ଏଣ୍ଡ ମୋଟର୍ସ ବ୍ୟାଟରୀ ସୋ ରୁମ ଭିତରେ ଏବଂ ଗଛିତ ଥିବା ହାର୍ଡୱାର୍କ ଗୋଦାମ ଚଢଉ କରିଥିଲେ । ଚଢଉ ବେଳେ ପୁଲିସ ସେଠାରୁ ଟ୍ରିପଲ୍ ୯ ଗୋକୁଲ ଡିଲକ୍ସ ମିକ୍ସ ର ୩୦ ବସ୍ତା ଗୁଟଖା ଜବତ କରି ସେଠାରୁ ପୁଲିସ ୫ଲକ୍ଷ ଟଙ୍କାର ଏକ ମେସିନ,ଟ୍ୟାବାକୋ ପତ୍ର, ଧନିଆ, ପାନହୁରୀ, ଧଳା ଚୂନ, ଖାଲି ପଲିଥିନ ଇତ୍ୟାଦି ସାମଗ୍ରୀ ଜବତ କରିଛି । ଯେହେତୁ ଗାଡ଼ି ସୋ ରୁମ ଭିତରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିଲା ସେଥିପାଇଁ ପୁଲିସ ସେଠାରେ ଥିବା ୧୭ଟି ବ୍ୟାଟୀରି ଗାଡିକୁ ମଧ୍ୟ ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି । ଗୋଟିଏ ଗାଡ଼ିର ଦାମ ୮୦ହଜାରରୁ ଉର୍ଦ୍ଧ୍ବ ବୋଲି ଜଣାପଡ଼ିଛି । ଜବତ ହୋଇଥିବା ଗାଡି ସମେତ ଗୁଟଖା ସାମଗ୍ରୀର ଆନୁମାନିକ ମୂଲ୍ୟ ୨୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ପୁଲିସ ଯାଞ୍ଚ ବେଳେ ଅରୁଣ ପ୍ରସ୍ତୁତି ସମ୍ପର୍କିତ କୌଣସି ଲାଇସେନ୍ସ କାଗଜପତ୍ର ଦେଖାଇପାରିନଥିବା ବେଳେ କାଗଜପତ୍ର ଥିବା ପୁଲିସକୁ କହିଛନ୍ତି ସୋ ରୁମ ମାଲିକ ଅରୁଣ । ତେବେ ଏହି ଗୁଟଖା ମହଜୁଦ କରି ରଖିବା ତଥା ପ୍ରସ୍ତୁତି କରି ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ଅରୁଣ ସାହୁକୁ ଗିରଫ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି । ବାରମ୍ବାର ଚଡ଼ାଉ ହେଲେ ମଧ୍ୟ ଗୁଟଖା କାରବାର ଉପର ରୋକ୍ ଲାଗିପାରୁନାହିଁ । ତେବେ ଆଗକୁ ଏ ଉପରେ ନଜର ରଖିବା ପାଇଁ ବ୍ରହ୍ମପୁର ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବ ବୋଲି ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.