ବେଆଇନ ଗୋଚାଲାଣ ବେଳେ ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ୍, ୧୫ ଗୋରୁ ମୃତ

କେନ୍ଦୁଝର, ୯/୯ : ବେଆଇନ୍ ଗୋରୁ ଚାଲାଣ ବେଳେ ଟ୍ରକ୍ ଚାପାରେ ୧୫ ଗୋରୁ ମୃତ ୩ ଗୁରୁତର। ଶୁକ୍ରବାର ଭୋର୍ ପ୍ରାୟ ସାଢେ ୩ଟା ସମୟରେ ବମ୍ବେରୁ କଲିକତା ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ୫୦ ରୁ ୬୦ ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ବେଳେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା।

ଫଳରେ ଘଟଣାସ୍ଥଳରେ ୧୫ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଟି ଗୋରୁ ଗୁରୁତର ଆହତ ହୋଇଛନ୍ତି ।

ସେପଟେ ଦୁର୍ଘଟିଣା ଘଟଣାଇ ଥିବା ଟ୍ରକର ଚକା ତଳେ ଏକାଧିକ ଗୋରୁଙ୍କ ମୃତଦେହ ଲାଖିଯାଇଥିବାରୁ ଟ୍ରକଟି ସେହିଠାରେ ଅଟକି ରହିଥିଲା । ଫଳରେ ଟ୍ରକ ଡ୍ରାଇଭର ଓ ହେଲପର ଟ୍ରକ୍ ଛାଡ଼ି ଫେରାର ହୋଇଯାଇଛନ୍ତି । ଅପର ପକ୍ଷରେ ବେଆଇନ ଗୋ ଚାଲାଣକାରୀମାନେ ମଧ୍ୟ ମୃତାହତ ଗୋରୁଙ୍କୁ ଛାଡି ଛୁ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଗୋରୁଙ୍କୁ ରାସ୍ତାରୁ ହଟାଇବା ସହ ଆହତ ଗୋରୁଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।

ଗୋରୁ ତସ୍କରଙ୍କ ପାଇଁ ଭୂସୋର୍ଗ ପାଲଟିଛି କେନ୍ଦୁଝର ଜିଲ୍ଲା । ଏହି ଜିଲ୍ଲା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବେଆଇନ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ହେଲେ ସବୁ ଦେଖିବି ନୀରବ ବସିଛି ପ୍ରଶାସନ।

nis-ad
Leave A Reply

Your email address will not be published.