ପୁଅକୁ ହାଣି ହତ୍ୟା କଲା ବାପା

ବଣାଇ : କୁହାଯାଏ ଦୁନିଆରେ ଯଦି ଆମକୁ କେହି ନିଃସ୍ୱାର୍ଥ ଭାବେ ଭଲପାଆନ୍ତି ସେ ହେଉଛନ୍ତି ବାପା-ମା। ଦରକାର ପଡ଼ିଲେ ବାପା-ମା ନିଜ ପିଲା ପାଇଁ ଜୀବନ ବି ଦେଇପାରନ୍ତି। ଆଉ ନିଜର ପିଲାର ସୁରକ୍ଷା ପାଇଁ ଶତ୍ରୁର ଜୀବନ ବି ନେଇ ପାରନ୍ତି। ଯଦି ସେହି ବାପା ସଇତାନ ପାଲଟିଯାଇ ନିଜ ସନ୍ତାନକୁ ହତ୍ୟା କରେ ତା’ ହେଲେ ସେ ପିଶାଚ, ସଇତାନଠୁ କୌଣସି ଗୁଣରେ କମ୍‌ ନୁହେଁ। ରାଗର ବଶବର୍ତ୍ତୀ ହୋଇ ଜଣେ ନୃଶଂସ  ବାପା ତାର ଭେଣ୍ଡିଆ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ପଛାଇ ନାହିଁ। ଏପରି ଲୋମଟାଙ୍କୁରା ଘଟଣା ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ବରଘାଟ ଗାଁରେ ଘଟିଛି। ମୃତ  ଯୁବକ ଜଣକ ହେଲେ ବିଜୁ କୁମ୍ଭାର। ବାପା ରେଙ୍ଗୁଟୁ କୁମ୍ଭାରଙ୍କୁ ପୁଲିସ ଗିରଫ କରିଛି।

ଗତକାଲି ରାତିରେ ବିଜୁ  ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ପରେ କୌଣସି କଥାକୁ ନେଇ ବାପା ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା।  ଏହି ବଚସା ଉଗ୍ରରୂପ ନେଇଥିଲା। ରେଙ୍ଗୁଟି ଉତକ୍ଷିପ୍ତ ହୋଇ ଘର ଏକ ଟାଙ୍ଗିଆ ଆଣି ପୁଅ ମୁଣ୍ଡକୁ ହାଣି ଦେଇଥିଲା। ପରିବାର ଲୋକେ ବାପପୁଅଙ୍କ ଝଗଡ଼ା ଶୁଣି ଦୌଡ଼ି ଆସିଥିଲେ। ପୁଅ ବିଜୁଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥାରେ ଗୁରତର ହେବାରୁ ପରେ ତାଙ୍କୁ ରାଉରକେଲାସ୍ଥିତ ଆରଜିଏଚକୁ ନିଆଯାଇଥିଲା। ସେଠାର ଡାକ୍ତର ବିଜୁଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣା ତଦନ୍ତ କରୁଛି।

nis-ad
Leave A Reply

Your email address will not be published.