ଚିତ୍ରକୋଣ୍ଡା ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୧୪୫ ତମ ଜନ୍ମ ଦିବସ ପାଳିତ


ଚିତ୍ରକୋଣ୍ଡା(୦୮/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖା ତରଫରୁ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୪୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା l ଦିବ୍ୟ ଜୀବନ ସଂଘ ପକ୍ଷରୁ ଶିବାନନ୍ଦଙ୍କ ପାଦ ପୂଜା ସହିତ ଦିନ ତମାମ ଗୁରୁଜୀ ମହାରାଜଙ୍କ ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ ଲାଗି ରହିଥିଲା l ସତସଙ୍ଗ ସହିତ ଆଳତିପୂଜା କରାଯାଇ ମାଧ୍ୟାର୍ହ୍ନରେ ପ୍ରଦାନ ସେବନ ପରେ ନାରାୟଣ ସେବା ମାଧ୍ୟମରେ ସଂଘ ତରଫରୁ ଦୁଖୀ ରଙ୍କି ମାନଙ୍କୁ ଖାଦ୍ୟ ସହ ବସ୍ତ୍ର ଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖାର ସଦସ୍ୟ ଶଙ୍କର ଦାସ,ସୁରେଶ ଭାଇ,ଲଷ୍ମଣ ବେହେରା,ସୋମନାଥ ବେହେରା,ବିଜୟ ପଣ୍ଡା, ରବୀନ୍ଦ୍ର ରଥ, ସରସ୍ବତୀ ପାଢ଼ୀ, ଗୌରହରୀ ସାହୁ ଓ ମଦନ ଦାସ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.