ସ୍ୱାଭିମାନ ଅଞ୍ଚଳରେ ପ୍ରଥମଥର  ବୃତ୍ତି ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ


ଚିତ୍ରକୋଣ୍ଡା(୦୮/୦୯) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଂଚାୟତ ବଡ଼ପଦର, ବଡ଼ପଡ଼ା, ପାପରମେଟେଲା, ରାଲେଗାଡା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଗାଜୁଲୁମାମୁଡି, ଅଣ୍ଡିରାପାଲି ଓ ଯନ୍ତ୍ରୀ ପଞ୍ଚାୟତରେ ଥିବା ବିଦ୍ୟାଳୟ ଦ୍ଵାରା ଚୟନ ହୋଇଥିବା ଛାତ୍ର ତଥା ଛାତ୍ରୀ ମାନଙ୍କୁ ନେଇ ବଡ଼ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୃତ୍ତି ପରୀକ୍ଷା ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି  l ଉକ୍ତ ବୃତ୍ତି ପରୀକ୍ଷା ରେ ୧୦୦ ରୁ ଅଧିକ ଛାତ୍ର ଓ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପରୀକ୍ଷା କେନ୍ଦ୍ର ପରିଚାଳକ ଭାବରେ ଶ୍ରୀମତୀ ସବିତା ତ୍ରିପାଠୀ ଓ ଶ୍ରୀ ଶିବ କୁମାର ଦାସ କେନ୍ଦ୍ର ସୁନ୍ଦର ଭାବରେ ପରିଚାଳନ କରିଥିଲେ l ପର୍ଯ୍ୟ ବେକ୍ଷକ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀ କୃପାସିନ୍ଧୁ ଅମ୍ବାଗୁଡ଼ିଆ ପରିଦର୍ଶନ କରିଥିଲେ l ବ୍ଲକ ଶିକ୍ଷାଧିକାରୀ ଶୁ ଶ୍ରୀ ଗାୟତ୍ରୀ ଦେବି ଓ କନିଷ୍ଟ କିରାଣୀ ଶ୍ରୀ ଅନନ୍ତ କୁମାର ଦୋରା ଉପସ୍ଥିତ ରହି ତଦାରଖ କରିଥିଲେ l ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦ୍ୱାରା ପରୀକ୍ଷା କାର୍ଯ୍ୟ ସୁଚାରୁ ରୂପେ ଶେଷ ହୋଇଥିଲା l ପ୍ରଥମ ଥର ନିଜ ଅଞ୍ଚରେ ଛାତ୍ର ଓ ଛାତ୍ରୀ ମାନେ ପରୀକ୍ଷା ଦେଇ ବହୁତ ଖୁସି ଅନୁଭବ କରିଥିଲେ l ସ୍ୱାଭିମାନ ଅଞ୍ଚଳ ବାସି ଶିକ୍ଷାଧିକାରଙ୍କୁ ଧନ୍ୟବାଦ ଜ୍ଞାପନ କରଥିଲେ l

nis-ad
Leave A Reply

Your email address will not be published.