ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌, : ଉତ୍ତରାଖଣ୍ଡର ଚମ୍ପାୱତ ଜିଲାରେ ଏକ ଦୁର୍ଘଟଣା ଘଟିଛି। ୧୨ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଖାଲରେ ପଡ଼ିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଶାସନିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି।

ଗୁରୁବାର ପୂର୍ବାହ୍ନରେ ତାନକପୁର-ପିଥୋରାଗଡ ରାଜପଥରେ ଥିବା ଆଇଟିବିପି ବସ ଦୁର୍ଘଟଣାର ଶିକାର ହୋଇଥିଲା। ଆଇଟିବିପିର ୧୪ ତମ କର୍ପସର ଯବାନଙ୍କୁ ନେଇ ବସଟି ପିଥୋରାଗଡର ଜାଜରେଦଭାଲକୁ ଯାଉଥିଲା। ବସ୍‌ଟି ଖାଲକୁ ଖସି ଏକ ଗଛରେ ଅଟକି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ପରେ ଖବର ପାଇ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହତ ଯବାନମାନଙ୍କୁ ସିନ୍ୟାଡିଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଚଲଥୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

nis-ad
Leave A Reply

Your email address will not be published.