ସୁନ୍ଦରଗଡ଼ (୦୭/୦୯) : ଗତକାଲି ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ବିଜୁ ଜନତା ଦଳର ବରିଷ୍ଠ ନେତା, କାଉନସିଲର ଓ କର୍ମୀ ଏକତ୍ରିତ ହୋଇ ଦକ୍ଷ ଓ ଅସାଧାରଣ ନେତୃତ୍ୱ ଏବଂ ରାଜ୍ୟବାସୀଙ୍କୁ ନିରବଛିନ୍ନ ଭାବେ ସେବା ପାଇଁ ନୂଆ ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟବିଚାରପତି ଏନ. ଭି. ରମନ୍ନାଙ୍କ ଠାରୁ ” ଜୀବନବ୍ୟାପୀ ସାଧନା ସମ୍ମାନ ” ପୁରସ୍କାର ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳି ଥିବାରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣେଇବା ପାଇଁ ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆଙ୍କ ଉଦ୍ୟମରେ ଓ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରା ଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜେଡିର ଜିଲ୍ଲା ବିଜେଡିର ସାଧାରଣ ସମ୍ପାଦକ ଜନ୍ମଜୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡିର ଅନ୍ୟତମ ସାଧାରଣ ସମ୍ପାଦକ ଗୋପ ମହାନ୍ତି ଯୋଗ ଦେଇଥିଲେ ।ଏହି ସଭାରେ ସମସ୍ତ ବକ୍ତା ସାଡ଼େ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଗୁଣଗାନ କରିବା ସହିତ ରାଜ୍ୟବାସୀଙ୍କ ସେବା ଓ ଭଲ ପାଇବା ତଥା ଜନସାଧାରଣଙ୍କ ସୁବିଧା ପାଇଁ ଯେତେ ଯୋଜନା କରିଛନ୍ତି ସେଥିପାଇଁ ସମସ୍ତ ପ୍ରଶଂସା କମ୍ ହେବ ବୋଲି କହିଵା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ ପାଇଁ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ କାମନା ଓ ପ୍ରାର୍ଥନା କରିଥିଲେ। ତତ୍ ସହିତ ଆଜି ସମସ୍ତ ଓଡିଶାବାସୀ ଏହି ସମ୍ମାନ ପାଇଁ ଗର୍ବିତ ବୋଲି ଉପସ୍ଥିତ ନେତୃବୃନ୍ଦ ମତ ପ୍ରକାଶ କରିଥିଲେ। ଏହା ସହିତ ମିଷ୍ଟାନ୍ନବଣ୍ଟନ କରି ଏହି ଅବସରକୁ ପାଳନ କରିଥିଲେ। ଏହି ସଭାରେ ପୂର୍ବତନ ନଗରପାଳ ବେଣୁଧର ତଣ୍ଡିଆ, ପୂର୍ବତନ ଉପନଗରପାଳ ସୁମନ୍ତ ପଣ୍ଡା,ଜିଲ୍ଲା ବିଜେଡି କୃଷକ ସେଲର ସମ୍ପାଦକ ସୁନୀଲ ମହାପାତ୍ର,ବିଜେଡି ଟାଉନ ଉପସଭାପତି କୌଶିକ ପଟେଲ ନିର୍ମଳ ବୋଷ, କୁନୁ ବିଶ୍ୱକର୍ମା, ଧର୍ମେଷ ପଟେଲ, କାଉନସିଲର ଅନିଲ ମହାପାତ୍ର, ସୁନ୍ଦରଲାଲ ବେହେରା, ପ୍ରଶାନ୍ତ ପଟେଲ, ବୀଣା ସାହୁ, କୀର୍ତି କୃଷ୍ଣ ସାମନ୍ତରାୟ, ଅସିତ ରାୟ, ଦୁଲାରୀ ନାଗ, ପ୍ରତିମା ମିଶ୍ର, କବିତା ହୋତା, ତନୁଜା ମହାନ୍ତି, ଅଞ୍ଜନା ସାହୁ, ଜହ୍ନବୀ ମୁଣ୍ଡା, ଚମେଲି ଓରାମ, ଅଶୋକ ରାଉତରାୟ, ଜଗଦୀଶ ସାହୁଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ। ସଭା ଶେଷରେ ଟାଉନ ଉପସଭାପତି କୌଶିକ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post