ଲୋଚାପଡା ମୁଖ୍ୟ ରାସ୍ତା ପାଇଁ ସରପଞ୍ଚ ସମିତି ସଭ୍ୟଙ୍କ ସତ୍ୟାଗ୍ରହ ଦ୍ୱିତୀୟ ଦିନରେ

ବ୍ରହ୍ମପୁର : ଲୋଚାପଡା ମୁଖ୍ୟ ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ ତୁରନ୍ତ ସାରିବା ନେଇ ଲୋଚାପଡା ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ଦୁଇଦିନ ହୋଇଛି | ବ୍ରହ୍ମପୁରପୂର୍ତ୍ତ ବିଭାଗ ଦ୍ଵାରା ସହର ତଳି ଅଞ୍ଚଳ ଲୋଚାପଡା ଠାରେ ଦୀର୍ଘ ଦିନ ହେଲା ନିର୍ମାଣ ଧିନ ଥିବା ମୁଖ୍ୟ ରାସ୍ତା ଏବଂ ରାସ୍ତା ପାର୍ଶ୍ବ ଡ୍ରେନ ନିର୍ମାଣ କାମର ମନ୍ଥର ଗତି ଓ ସାରିବାର ଅହେତୁକ ବିଳମ୍ବ ପ୍ରତିବାଦରେ ଜନ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି । ଆଜି ପୂର୍ବ ନିଷ୍ପତ୍ତି ଓ ଘୋଷଣା ଅନୁଯାୟୀ ଲୋଚାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଅନ୍ୟ ନିର୍ବାଚିତ ପ୍ରତିନିଧି ତଥା ଅଞ୍ଚଳ ବାସୀଙ୍କ ସହାୟତାରେ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଧାରଣା କାର୍ଯ୍ୟକ୍ରମ ଚାଲୁ ରହିବ।ଏହି ଦାବୀ ନେଇ ଲୋଚାପଡ଼ା ଗ୍ରାମବାସୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ବାଗତ କରାଯିବା ସହ ସମର୍ଥନ ଘୋଷଣା କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ରେଡିଓ ଷ୍ଟେସନ ଠାରୁ ଲୋଚାପଡା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଡ୍ରେନ ନିର୍ମାଣରେ ହେଉଥିବା ଅହେତୁକ ବିଳମ୍ବ ଓ ମନ୍ଥର ଗତିରେ ଚାଲିଥିବା କାମ ନେଇ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ବାରମ୍ବାର ସ୍ମାରକ ପତ୍ର ପ୍ରଦାନ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଛି। କ୍ରିୟାନୁଷ୍ଠାନ କମିଟିର ଦାବୀ ଓ ଚାପ ଫଳରେ ରେଡିଓ ଷ୍ଟେସନ ଠାରୁ ଧୋବା ନାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ କିଛି ପରିମାଣରେ ସାରିବାରେ ସକ୍ଷମ ହୋଇଥିବା ବେଳେ ଧୋବା ନାଳ ପରଠାରୁ ଲୋଚାପଡା ଗ୍ରାମ ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏବଂ ଡ୍ରେନ ନିର୍ମାଣ କାମ ଦୀର୍ଘ ଦୁଇ ବର୍ଷ ହେଲା କାମ ପକେଇ ରଖି ବିଳମ୍ବ କରିଚାଳିଥିବାରୁ ସ୍ଥାନୀୟ ଲୋକେ ଏବଂ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଆଖ ପାଖ ଅନେକ ଅଞ୍ଚଳର ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗର ଇଂଜିନିୟର ଏବଂ କାମ ନେଇଥିବା ସଂପୃକ୍ତ ଠିକାଦାର ଇଲେକ୍ଟ୍ରିକ ପୋଲ ଥିବାର ଆଳ ଦେଖାଇ ଟାଟା ପାୱାର କମ୍ପାନୀ ଉପରେ ଦୋଷ ଲଦି ସବୁବେଳେ ସେହି ଗୋଟିଏ କାରଣକୁ ବିଲମ୍ବର କାରଣ କହି ପାର ହୋଇଯାଉଥିଲା। କିନ୍ତୁ ଲୋକେ ଆଉ ଏହି କାରଣକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଠିକାଦାର, ପୂର୍ତ୍ତ ବିଭାଗ ଏବଂ ଇଲେକ୍ଟ୍ରିାଲ ବିଭାଗ ମଧ୍ୟରେ ସମ ନୟ ଅବଭା ହିଁ ଏଭଳି ବିଳମ୍ବର ମୁଖ୍ୟ କାରଣ ହୋଇଥିବା ସ୍ପଷ୍ଟ।ଏ ପରିପ୍ରେକ୍ଷୀରେ ଲୋଚାପଡ଼ା ନିର୍ବାଚିତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ଦ୍ଵାରା ନିଯାଇଥିବା ଏହି ଗଣତାନ୍ତ୍ରିକ ଆନ୍ଦୋଳନାତ୍ମକ ପଦକ୍ଷେପକୁ କ୍ରିୟାନୁଷ୍ଠାନ କମିଟି ଆନ୍ତରିକତାର ସହ ସ୍ବାଗତ କରିବା ସହ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସହ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି , ସହ ସମ୍ପାଦକ ବି ଭି ସାଗର , ସଂଯୋଜକ ସିଏଚ୍ ରାମ କ୍ରିଷ୍ଣା ଦାସ ଏବଂ ଉପଦେଷ୍ଟା ତାରେକେଶ୍ୱର ଦୋରା ଓ ଅଜିତ୍ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତା ର୍ଏଥିରେ ଯୋଗଦାନ କରି ଭାଗ ନେଇଥିଲେ। ଏହା ସ୍ୱତ୍ତେ ବିଭାଗ ନଚେତିଲେ କମିଟି ଆଇନଗତ ପଦକ୍ଷେପ ସଂପୃକ୍ତ ଠିକାଦାର ଏବଂ ବିଭାଗ ଉପରେ ନେବ ।

nis-ad
Leave A Reply

Your email address will not be published.