ନିଆରା ଢଙ୍ଗରେ ଗୁରୁଦିବସ ପାଳନ

ରାଉରକେଲା : ପ୍ରାକ୍ତନ ରାଷ୍ଟ୍ରପତି ଡ଼.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇଆସୁଅଛି । ପ୍ରତ୍ୟେକ ବର୍ଷ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପାଳନ କରାଯାଏ । ସାରନଗରୀର ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟ୍ ର ନିର୍ଦ୍ଦେଶକ ସରୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିଆରା ଢଙ୍ଗରେ ଗୁରୁଦିବସ ପାଳନ କରାଯାଇଥିଲ।। ଛାତ୍ରଛାତ୍ରୀମାନେ ଥାଳିରେ ଫୁଲ ଚନ୍ଦନ ଧରି ଗୁରୁଙ୍କୁ ବନ୍ଦନା କରିଥିଲେ । ଛାତ୍ରଛାତ୍ରୀଙ୍କ ତରଫରୁ ଗୁରୁମାନଙ୍କୁ ଉତରୀୟ ସହ ଉପହାର ସ୍ୱରୂପ ବୃକ୍ଷଚାରା ପ୍ରଦାନ କରାଯାଇଥିଲ।। ଏଭଳି ଅଭିନବ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପହାରଟିଏ କିଣି ଦେଲେ ଆଜି ରହିବ କାଲି ନାହିଁ । କିନ୍ତୁ ଗୋଟିଏ ଗଛ ଗୁରୁ ଶିକ୍ଷ୍ୟର ସମ୍ପର୍କକୁ ଯୋଡ଼ି ରଖିବ । ଘରକୁ ନେବା ସହ ଗଛଟି ଲଗାଇ ସବୁଦିନ ପାଇଁ ପିଲାଙ୍କୁ ମନେ ରଖିବେ । ଏହି ଉପହାର ଜରିଆରେ ପ୍ରକୃତି,ପରିବେଶକୁ ସୁନ୍ଦର ରଖିବାକୁ ପିଲାମାନେ ବାର୍ତା ଦେଇଥିଲେ । ସମାଜର ସମସ୍ତ ବର୍ଗ ଗୁରୁମାନଙ୍କର ମହାନିର୍ମାଣର ସାମାଜିକ ଉତ୍ପାଦନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଜେନରାଲ ମ୍ୟାନେଜର ହିରାଲାଲ ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ସମାଜସେବୀ ବିମଲ କୁମାର ବିଶି, ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ,ସମାଜସେବୀ ଦୀପକ କୁମାର ଦାଶ ,ବରିଷ୍ଠ ସାମ୍ବାଦିକ ସଂଜୀବ ନାୟକ,ମୁଖ୍ୟବକ୍ତା ଭାବେ ଡ଼ାକ୍ତର ପି.ସି ମହାପାତ୍ର ଯୋଗ ଦେଇଥିଲେ । ଅତିଥି ଭାବେ ଅଧ୍ୟାପକ ବସନ୍ତ କୁମାର ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୁନୀଲ ସାମଲ ସମେତ ସେକ୍ଟର ୨୨ ଏମ୍ପେ୍ଲାଇଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ଓ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.