ମାଲକାନଗିରିରେ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ନେଇ ବିଜେପିର ରଣହୁଙ୍କାର

ମାଲକାନଗିରି : ଜିଲ୍ଲା ମହିଳା ମୋର୍ଚ୍ଚା ର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ବବିତା ପାତ୍ର କ଼ଂ ଉପସ୍ଥିତି ରେ ଜିଲ୍ଲା ମାଲକାନଗିରିର ଟାଉନ ହଲ ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ବୈଠକରେ ରାଜ୍ୟ ରେ ମହିଳା ବିରୋଧୀ ହିଂସା, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈନ ନିର୍ଯାତନା, ମହିଳା ଉତ୍ପୀଡନ, ସାଇବର କ୍ରାଇମ,ମାନବ ଚାଲାଣ, ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଉପରେ ଉଦ୍ ବେଗ ପ୍ରକାଶ ପାଇଥିଲା ଏବଂ ଏହା ଅତି ଚିନ୍ତା ଓ ଲଜ୍ଜା ଜନକ ବୋଲି ଶ୍ରୀମତୀ ପାତ୍ର କହିଥିଲେ। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ରେ ଆଦିବାସୀ ଆବାସିକା ମାନଙ୍କ ରେ ନାବାଳିକା କୁଂ ଯୈନ ନିର୍ଯାତନା, ମହିଳା ମାନଙ୍କୁ ଦେହ ବ୍ୟବସାୟ ପାଇଁ ବାହାର ରାଜ୍ୟ ଓ ଦେଶକୁ ଚାଲାଣ, ଅପହରଣ, ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଘଟଣା ମାନ ବୃଦ୍ଧି ପାଉଛି। ଶିକ୍ଷା ଓ ସଚେତନତା ର ଅଭାବ ହେତୁ ବାଲ୍ୟ ବିବାହ ଭଳି କୁ ପ୍ରଥା ର ବଶବର୍ତ୍ତୀ ହୋଇ ନାବାଳିକା ମାନଙ୍କୁ ଯୈନ ନିର୍ଯାତନା ଦିଆଯାଉଛି।
NCRB ରିପୋର୍ଟ ଅନୁସାରେ ରାଜ୍ୟ ରେ ମହିଳା ଅପହରଣ ୩୭%, ମହିଳା ଅସଦାଚରଣ ୧୭.୮%, ବଳାତ୍କାର ୨୦.୨୩%, ନାବାଳିକା ଯୈନ ନିର୍ଯାତନା ୧୩.୩୫% ଥିବା ବେଳେ ଏହି ଜିଲ୍ଲା ରେ ଯଥେଷ୍ଟ ଅଧିକ ଅଛି।
ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ ହେଉଛି ପୋଲିସ ପ୍ରଶାସନ ର ନିଷ୍କ୍ରିୟତା ଓ ଉଦାସୀନତା। ସରକାରୀ ଦଳ ର ହାତବାରିସୀ ହୋଇ ନିରିହ ପିଡୀତା ମାନଙ୍କୁ ନ୍ୟାୟ ଦେବା ପରିବର୍ତେ ସରକାରୀ ଦଳର ନେତା କୁଂ ସୁହାଇଲା ଭଳି କାର୍ଯ୍ୟ କରୁଛି। ଯଦ୍ୱାରା ଲୋକଙ୍କ ପୁଲିସ ପ୍ରଶାସନ ଠାରୁ ଭରସା ଉଠିଯାଉଛି ଏବଂ ୫୦% ପିଡିତା ଅଭିଯୋଗ ଜଣାଇବାକୁ ଥାନାକୁ ଆସୁନାହାନ୍ତି। ଆଜି ମଧ୍ୟ ୯୯% ପିଡିତା ନ୍ୟାୟ ପାଇବା ଅପେକ୍ଷା ରେ ପଡିରହିଛନ୍ତି।
ରାଜ୍ୟ ରେ ନାରୀ ସମାଜକୁ ସମ୍ମାନ, ସୁରକ୍ଷା, ନ୍ୟାୟ ଦାବିରେ, ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କଂ ଆହ୍ବାନ କ୍ରମେ ଆଗାମୀ ସେପ୍ଟେମ୍ବର ୭ଓ୮ ତାରିଖ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଆନ୍ଦୋଳନ କୁ ରାଜରାସ୍ତାରେ ଓହ୍ଲାଇବ ଆଜିର ଏହି ସଭାରେ ମହିଳା ମୋର୍ଚ୍ଚା ସଭାପତି ଦେବୀ ମାଡି,ସାଧାରଣ ସମ୍ପାଦକ ବେଣୀ କାର୍ତୁଲ, ଜିଲ୍ଲା ସାମ୍ପାଦକ ସନ୍ତୋସିନି ପାତ୍ର,ଉପ ସଭାପତି ମମତା ମୟୀ ମହାନ୍ତି ଉପସ୍ଥିତ ରହି ଥିଲେ ।

nis-ad
Leave A Reply

Your email address will not be published.