ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପି ପ୍ରଭାରୀ ସୁନୀଲ ବଂଶଲ । ଉତ୍ତର ପ୍ରଦେଶରେ ପ୍ରଭାରୀ ଦାୟୀତ୍ଵରେ ଥିଲେ ସୁନୀଲ ବଂଶଲ । ଉତ୍ତରପ୍ରଦେଶରେ ସରକାର ଗଠନରେ ସୁନୀଲ ବଂଶଲଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ତେଣୁ ଉତ୍ତରପ୍ରଦେଶରେ ଯେତିକି ସିଟର ଦାୟୀତ୍ଵ ତାଙ୍କ ଉପରେ ଥିଲା ।

ଠିକ୍ ସେତିକି ସିଟର ଅର୍ଥାତ ଓଡିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାର ଦାୟୀତ୍ଵ ତାଙ୍କୁ ଦିଆଯାଇଛି । ବଂଶଲଙ୍କ ସାଙ୍ଗଠନିକ କୁଶଳତା ଓଡିଶାର କାର୍ଯ୍ୟକର୍ତ୍ତାଙ୍କୁ ଶିଖିବାକୁ ମିଳିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଭାରୀ । ସଙ୍ଗଠନକୁ କିଭଳି ଆହୁରି ଗତି ଦିଆଯିବ ସେ ନେଇ ଚର୍ଚ୍ଚା ହୋଇଛି । ଦୁଇ ଦିନ ଧରି କାର୍ଯ୍ୟକ୍ରମ ଚାଲିବ । ଆଜି ବିଭିନ୍ନ ପର୍ଯ୍ୟାୟରେ ବୈଠକ ହେବ ।

ଆସନ୍ତାକାଲି ମଧ୍ୟ ସମସ୍ତ ଜିଲ୍ଲାର ସଭାପତି, ରାଜ୍ୟର ସମସ୍ତ ପଦାଧିକାରୀ, ଦଳର କୋର୍ କମିଟି ସହ ବୈଠକ କରିବେ ସୁନୀଲ । ବ୍ୟାପକ ମାତ୍ରାରେ ସାଙ୍ଗଠନିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିଚାର ବିମର୍ଶ କରାଯିବ । ତାଙ୍କ ଠାରୁ ମିଳୁଥିବା ଟିପ୍ସ ଆଗାମୀ ଦିନରେ ଓଡିଶାରେ ବିଜେପି ସରକାର ଗଠନ କରିବା ଦିଗରେ ସହାୟକ ହେବ । ବିଜେପିର ସଙ୍ଗଠନକୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ଓ ଆହୁରି ସୁଦୃଢ କରିବା । ମୋଦୀ ସରକାରଙ୍କ ଦିଲ୍ଲୀର ବାର୍ତ୍ତା ପଲ୍ଲୀରେ ପହଞ୍ଚାଇବା ହେଉଛି ମୂଳ ଲକ୍ଷ୍ୟ । ଏହାଦ୍ଵାରା ହିଁ ବିଜେପିକୁ ସଫଳତା ମିଳିପାରିବ । କେନ୍ଦ୍ର ସରକାରଙ୍କର ସଫଳତା, ରାଜ୍ୟ ସରକାରଙ୍କର ବିଫଳତାର ବାର୍ତ୍ତାକୁ ଗ୍ରାଉଣ୍ଡ ଲେଭଲରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ପଡିବ । ଉତ୍ତରପ୍ରଦେଶ ଫର୍ମୁଲା ଓଡିଶାରେ ମଧ୍ୟ ପ୍ରଯୋଗ କରାଯିବ।

nis-ad
Leave A Reply

Your email address will not be published.