ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଢେଙ୍କାନାଳରେ ଧୂମ୍ରହୀନ ତମାଖୁ ବନ୍ଦ ଆଲୋଚନା ଚକ୍ର

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା ଗ୍ରାମ ପଞ୍ଚାୟତର କଳା ପଥର ପଡ଼ିଆ ଠାରେ ମହିଳା ମାନଙ୍କ ମଧ୍ୟରେ ଧୂମ୍ରହୀନ ତମାଖୁ କିଭଳି ବନ୍ଦ କରାଯାଇ ପାରିବ ସେ ନେଇ ପ୍ରାୟ ଦୁଇ ଶହ ମହିଳା ସମେତ ଅନେକ ବରିଷ୍ଠ ଗ୍ରାମବାସୀ ମାନଙ୍କ ସହ ଆଲୋଚନା ଚକ୍ର ଏବଂ ଏମସ ସହବନ୍ଧନରେ ମାଗଣା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଏନ.ଏଫ୍. ଏଚ. ଏସ ୫ ରିପୋର୍ଟ ଅନୁସାରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ମହିଳା ମାନଙ୍କ ମଧ୍ୟରେ ଧୂମ୍ରହୀନ ତମାଖୁ ସେବନ କରିବା ଦେଖାଯାଇଅଛି । ଉତ୍କଳ ବିଶ୍ୱବିଦ୍ୟାଳୟର ରୂସା ୨.୦ ରୁରାଲ ଆଉଟରୀଚ ଟିମ ଏବଂ ଏମସ ଭୁବନେଶ୍ୱର ଡ଼ଃ. ପ୍ରଭାସ ତ୍ରିପାଠୀ, ଅତିରିକ୍ତ ଉପାଧ୍ୟାୟ ଓ ଶ୍ରୀ. ରାଜ କିଶୋର ଦାସ, ପି.ଆର.ଓ., ତାଙ୍କ ଡାକ୍ତର ଟିମ ଏବଂ ସମାଜସେବି ମାନଙ୍କ ତରଫରୁ କାର୍ଯ୍ୟକ୍ରମଟି ଅନୁଷ୍ଠିତ କରାଯାଇଥିଲା । ଏହି ଦିନିକିଆ ଆଲୋଚନା ଚକ୍ର ଓ ସ୍ୟାସ୍ଥ୍ୟ ଶିବିରରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଓ ଡ଼. ନିଗମାନନ୍ଦ ଦାସ, ସି.ଡି.ସି. ନିର୍ଦ୍ଧେଶକ, ଡ଼. ପ୍ରବୋଧ କୁମାର ହୋତା, ବାଣିଜ୍ୟ ବିଭାଗ ମୁଖ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ନାନନୀୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀଙ୍କୁ ଉଦ୍ବଧନ ଦେଇଥିଲେ ।

ସହକାରୀ ଅନୁସନ୍ଧାନକର, ଲକ୍ଷ୍ମୀଧର ଚାନ୍ଦ ସମସ୍ତ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ ଜଣାଇ ସମ୍ବୋଧିତ କରିଥିଲେ । ଡ଼. ପ୍ରବୋଧ କୁମାର ହୋତା, ପୂର୍ବତନ ରୁସା ୨.୦ ସଂଯୋଜକ, ଆଲୋଚନା ସଭାଟିକୁ ପରିଚାଳନା କରି ମଞ୍ଚାସିନ ଅତିଥି ମାନଙ୍କୁ ଏବଂ ଗ୍ରାମବାସୀଙ୍କୁ ସମ୍ବୋଧିତ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରଥମେ, ଉପସ୍ଥିତ ସମସ୍ତ ମହିଳା ମାନଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଆନ୍ତରିକ ଧନ୍ୟବାଦ୍ ଜଣାଇ, ଆଜିର ସଭାରେ ଯାହାବି ଉପଦେଶ ଓ ଧୂମ୍ରହୀନ ତମାଖୁ ସେବନ ସଚେତନତା ପାଇଁ ଯାହା ଶିକ୍ଷା ଦିଆଯାଉଛି ସେ ସବୁକୁ ଗ୍ରହଣ କରି ତମାଖୁ ସେବନରୁ ନିବୃତ ରହି ଓ ପ୍ରତିଜ୍ଞାବଦ୍ଧ ହେବାପାଇଁ ଉତ୍ସାହିତ କରିଥିଲେ ।

ଏହା ପରେ ଏମସ ଭୁବନେଶ୍ୱର ଡାକ୍ତର ଏବଂ ଲୋକ ସମ୍ପର୍କ ବିଭାଗ ଟିମ ଏକକ ଅଭିନୟ ମାଧ୍ୟମରେ ତମାଖୁ ସେବନରୁ ନିବୃତ ପାଇଁ ବାର୍ତ୍ତା ଦେଇଥିଲେ । ଡ଼ଃ. ପ୍ରଭାସ ତ୍ରିପାଠୀ ପ୍ରୋଜେକ୍ଟର୍ ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ବିଷୟରେ ବୁଝାଇବା ସହ ତମାଖୁ ସେବନରୁ ନିବୃତ ରହି ସୁସ୍ଥ ଜୀବନ ଯାପନ କରିବା ପାଈଁ କହିଥିଲେ । ପରବର୍ତ୍ତି ମୁହୂର୍ତ୍ତରେ ପ୍ରାୟ ୬୦ ରୁ ଅଧିକା ଗ୍ରାମବାସୀ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ସଚେତନ ଏବଂ ଔଷଧ ବଣ୍ଟନ କରାଯାଇଥିଲା ।

ସମଗ୍ର କାର୍ଯ୍ୟକ୍ରମଟି ଉତ୍କଳ ବିଶ୍ୱବିଦ୍ୟାଳୟର ରୂସା ୨.୦ ର ଲିଜ଼ା ସ୍ୱାଇଁ ପ୍ରୋଗ୍ରାମ ମ୍ୟାନେଜେର, କାର୍ଯ୍ୟକ୍ରମ ମୁଖ୍ୟ ବ୍ୟବସ୍ଥାକର ସହ ରୁରାଲ ଆଉଟରୀଚ ଟିମ ତଥା ଲୋକ ସମ୍ପର୍କ ବିଭାଗ ଏବଂ ଏମସ ଭୁବନେଶ୍ୱର ଟିମ ସମେତ ସ୍ଥାନୀୟ ଯୁବକ ଓ ଗ୍ରାମବାସୀ ମାନେ ସହଯୋଗ କରି ସଫଳ ଭାବେ ରୂପାୟନିତ କରିଥିଲେ ।

nis-ad
Leave A Reply

Your email address will not be published.