ଆରପିଏଫର ସହାୟତାରେ ନିଜର ହଜିଯାଇଥିବା ବ୍ୟାଗ ଫେରିପାଇଲେ ପୃଥ୍ବୀରାଜ ସାହୁ

ଭୁବନେଶ୍ୱର : ଆରପିଏଫର ସଜାଗ ଦାୟିତ୍ବ ନିର୍ବହନ ଲାଗି ମୂଲ୍ୟବାନ ଜିନିଷପତ୍ର ଥିବା ନିଜର ବ୍ୟାଗ ଫେରିପାଇଛନ୍ତି ବିଜେଡ଼ିର ରାଜ୍ୟସମ୍ପାଦକ ପୃଥ୍ବୀରାଜ ସାହୁ | ସୂଚନାଯୋଗ୍ୟ ପୃଥ୍ବୀରାଜ ମୁମ୍ବାଇ ଲୋକମାନ ତିଲକ ଏକ୍ସପ୍ରେସକୁ ମୁନିଗୁଡା ଷ୍ଟେସନ ରେ ଅପେକ୍ଷା କରିଥିଲେ | କୌଣସି କାରଣ ବସତ ନିଜ ଲଗେଜ ବ୍ୟାଗଟି ମୁନିଗୁଡା ଷ୍ଟେସନ ରେ ଛାଡି ଦେଇ ଟ୍ରେନ ଚଢିଯାଇଥିଲେ | ପ୍ରାୟ ୫/୬ ଘଣ୍ଟାପରେ ଜାଣିବାକୁ ପଇଲେ ଯେ ନିଜର ମୂଲ୍ୟବାନ ଜିନିଷପତ୍ର ଥିବା ବ୍ୟାଗଟି କେଉଁଠି ରହି ଯାଇଛି | ସଙ୍ଗେ ସଙ୍ଗେ ସନ୍ଦେହ ହେବାରୁ ମୁନିଗୁଡା ଥାନା ଏସଡ଼ି ପିଓ ଙ୍କୁ ଜଣାଇ ଦିଆଗଲା | ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଆରପିଏଫ ସହିତ ଯୋଗାଯୋଗ କରିଥିଲେ ଏବଂ ଜାଣିବାକୁ ପାଇଲେ ଆରପିଏଫ ଉକ୍ତ ବ୍ୟାଗ କୁ ଉଦ୍ଧାର କରି ଯତ୍ନରେ ରଖି ଛନ୍ତି l ଏବଂ ପରବର୍ତୀ ସମୟ ରେ ବ୍ୟାଗ ଟି ପୃଥ୍ୱୀବରାଜ ଙ୍କ ପରିବାରର ସଦସ୍ୟ ଆରପିଏଫଙ୍କ ଠାରୁ ସଂଗ୍ରହ କରିଛନ୍ତି | ମୁନିଗୁଡ଼ା ପୋଷ୍ଟରେ କାର୍ଯ୍ୟରତ ଆରପିଏଫ ଏସଆଇପିଏଫ ଏ କୁଜୁର, ଏଏସଆଇ କେ.ଏସ ପ୍ରକାଶ ଏବଂ କନେଷ୍ଟବଳ ବି ପ୍ରବୀଣ କୁମାରଙ୍କ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଇଛି |

nis-ad
Leave A Reply

Your email address will not be published.