ସୋନାଲି ଫୋଗଟ୍ ହତ୍ୟା ମାମଲା : ଷଡଯନ୍ତ୍ର କରି ହତ୍ୟା କରାଯାଇଥିବା ମାନିଲେ ପିଏ ସୁଧୀର ସାଙ୍ଗୱାନ୍

ଅଭିନେତ୍ରୀ ସୋନାଲି ଫୋଗଟ୍ ମୃତ୍ୟୁ ମାମଲରେ ବଡ଼ ଖୁଲାସା । ଗୋଆ ପୋଲିସର କହିବାନୁସାରେ, ସୋନାଲୀଙ୍କ ପିଏ ସୁଧୀର ନିଜର ଦୋଷ ସ୍ୱୀକାର କରିଛନ୍ତି । ସୋନାଲୀଙ୍କୁ ହତ୍ୟା କରାଯାଇଛି । ଏ ନେଇ ବଡ ଷଡଯନ୍ତ୍ର ରଚା ଯାଇଥିଲା । ଗୋଆରେ ସୋନାଲୀଙ୍କ ସୁଟିଂ ହେବାର କୌଣସି ଯୋଜନା ନଥିଲା ।

ତାଙ୍କୁ ସେଠାକୁ ନେବାର ଯୋଜନା କରାଯାଇଥିଲା । କେବଳ ସେତିକି ନୁହେଁ ସୁଧୀର ସାଙ୍ଗୱାନ୍ ଜାଣିଥିଲେ ସୋନାଲିଙ୍କ ଲକର ପାସୱାର୍ଡ଼ । ହେଲେ ପୋଲିସକୁ ମିଛ କହିଥିଲେ । ପ୍ରଥମେ ୩ଟି ଡ଼ିଜିଟ୍ ନମ୍ବର ଦେଇଥିବା ବେଳେ ପରେ ୬ଡ଼ିଜିଟ୍ ନମ୍ବର ଦେଇଥିଲେ । ଏଥିପାଇଁ ସୋନାଲିଙ୍କ ଲକର ଖୋଲିନଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଲକର ସିଲ କରିଥିଲା ।

ତେବେ ସୋନାଲି ଫୋଗଟଙ୍କ ସମ୍ପତି ଉପରେ ସାଙ୍ଗୱାନଙ୍କ ନଜର ରହିଥିଲା ବୋଲି କୁହାଯାଉଛି । ପୋଲିସ ତଦନ୍ତ କରିବା ବେଳେ ସୋନାଲି ଫୋଗଟଙ୍କର ୩ଟି ଡାଏରୀ ମିଳିଥିଲା । ଏହି ଡ଼ାଏରୀରେ ସୋନାଲିଙ୍କ ଭାଷଣ, ଦଳୀୟ କାର୍ଯ୍ୟକର୍ତାଙ୍କ ଫୋନ ନମ୍ବର ଏବଂ କିଛି ଖର୍ଚ୍ଚର ହିସାବ ଲେଖାଥିଲା । ଗୋଆ ପୋଲିସ ଟିମ୍ ଲକର ସିଲ କରିବା ସହ ତାଙ୍କ ଡ଼ାଏରୀ ମଧ୍ୟ ନିଜ ହେପାଜତରେ ରଖିଛି । ଅନ୍ୟପଟେ ଗୋଆ ପୋଲିସର ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରି ସୋନାଲିଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ଦାବୀ କରିଆସୁଛନ୍ତି । ଆଜି ଏନେଇ ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

nis-ad
Leave A Reply

Your email address will not be published.