ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ବଡ ଖୁଲାସା ହୋଇଛି । ବଏଫ୍ରେଣ୍ଡ ଚିତ୍ତରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ଏନେଇ ପ୍ରେସମିଟରେ ସମସ୍ତ ତଥ୍ୟ ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଲେ ଶୁଭଶ୍ରୀ ।

ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ ।

ସେହିଭଳି ଶୁଭଶ୍ରୀ ପ୍ରେମକୁ ନେଇ ଡିପ୍ରେସନରେ ରହୁଥିଲେ । ମୃୁତ୍ୟୁପୂର୍ବରୁ ଚିତ୍ତଙ୍କୁ ଜଣାଇଥିଲେ ଶୁଭଶ୍ରୀ । ଆଉ ତାଙ୍କ ମୃତ୍ୟୁ ପରେ ଚିତ୍ତ ସେଠାରେ ପହଞ୍ଚିଥିଲେ । ସେ ହିଁ ମୃତଦେହକୁ ତଳକୁ ଓହ୍ଲାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ୩୦୬ ଦଫା ଲାଗିଛି ।

nis-ad
Leave A Reply

Your email address will not be published.