କୋଇଲା ଦୁର୍ନୀତି ମାମଲାରେ ଇଡିରେ ହାଜରେ ହେଲେ ମମତାଙ୍କ ଭଣଜା ଅଭିଷେକ

ଦିଲ୍ଲୀ, ବିହାର ପରେ ପଶ୍ଚିମବଙ୍ଗରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ ଇଡି ତରଫରୁ ଅଭିଷେକଙ୍କୁ ନୋଟିସ କରାଯାଇ ପଚରା ଉଚରା ପାଇଁ ଆଜି ଦିନ ସ୍ଥିର କରାଯାଇଥିଲା ।

ଏବେ ଇଡିର କର୍ମଚାରୀମାନେ ଅଭିଷେକଙ୍କ ପଚରା ଉଚରା କରୁଛନ୍ତି । ସୂଚନା ଥାଉକି ଏହି ମାମଲାରେ ପ୍ରଥମରୁ ଇଡି ତରଫରୁ ଅଭିଷେକଙ୍କୁ ଅନେକ ଥର ପଚରା ଉଚରା କରାଯାଇଛି । ଏହି କ୍ରମରେ ଆଜି ଅଭିଷେକ ବାନାର୍ଜୀ ପାଖାପାଖି ସକାଳ ୧୧ ଟାରେ କୋଲକତା ସଲ୍ଟଲେକ୍ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେପଟେ ଗୁରୁବାର ଦିନ ଦିଲ୍ଲୀରୁ ୫ ଜଣ ଇଡି ଅଧିକାରୀ ଅଭିଷେକଙ୍କ ଜେରା ପାଇଁ କୋଲକତା ପହଂଚିଥିବା କଥା କୁହାଯାଉଛି ।

nis-ad
Leave A Reply

Your email address will not be published.