ଲାଲଗଡ଼ରେ BSF ଏବଂ ଜିଲ୍ଲା ପୋଲିସର ସହାୟତା ମାଓବାଦୀଙ୍କ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ

ମାଲକାନଗିରି : ମାଓବାଦୀ ନିପାତ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ।BSF ଏବଂ ଜିଲ୍ଲା ପୋଲିସର ସହାୟତାରେ ଲାଲଗଡ଼ରେ ଦୌଡ଼ିଲେ ସ୍ୱାଭିମାନ ଅଞ୍ଚଳର ଛାତ୍ରଛାତ୍ରୀ। ମାଲକାନଗିରି ଜିଲ୍ଲାର ମାଓ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳର ଗୋରାସେତୁରେ ପ୍ରଥମ କରି ଗଣ ଦୌଡ। BSF ଏବଂ ଜିଲ୍ଲା ପୋଲିସର ମିଳିତ ଉଦ୍ୟମରେ ଏହି ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଏବଂ ପଣସପୁଟ ପଞ୍ଚାୟତର 300 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

କୃତ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ BSF 9 ବାଟାଲିୟନ କମାଣ୍ଡେଣ୍ଟ ସଞ୍ଜୟ ଦାସ, ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀ, ଇନ୍ସପେକ୍ଟର ଲଷ୍ମୀ ନାରାୟଣ ମୁଦୁଲି, OIC ଅନୀଲ ପରିଡା ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ନିଜ ଅଞ୍ଚଳରେ କିଭଳି ଶାନ୍ତି ଫେରିବ ସେଥିପାଇଁ ପିଲାଙ୍କୁ ଦିଆଯାଇଛି ପ୍ରାରମ୍ଭିକ ଟ୍ରେନିଂ।ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଜେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ।

nis-ad
Leave A Reply

Your email address will not be published.