ଭାରତୀୟ ନୌସେନାରେ ସାମିଲ ହେଲା ବାହୁବଳୀ ‘ଆଇଏନଏସ ବିକ୍ରାନ୍ତ’

କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବିମାନ ପରିବହନକାରୀ INS ବିକ୍ରାନ୍ତର ଜଳାବତରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ହୋଇଥିଲା । କେରଳର କୋଚିରେ ପ୍ରଧାନମନ୍ତ୍ରୀ ମୋଦି INS ବିକ୍ରାନ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି I ଏହି ବିମାନ ପରିବହନକାରୀ ନିର୍ମାଣ ପାଇଁ ୨୦ ,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଜାହାଜର ନୌସେନା ରେ ସାମିଲ ହେବାଦ୍ବାରା ସେନାର ଶକ୍ତି ଦ୍ବିଗୁଣିତ ହୋଇଛି I

INS ବିକ୍ରାନ୍ତ ସମର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଏକ ଯୁଦ୍ଧଜାହାଜ ନୁହେଁ। ବରଂ ଏହା ହେଉଛି ପରିଶ୍ରମ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମନିର୍ଭର ଭାରତର ପ୍ରତୀକ ହେଉଛି INS ବିକ୍ରାନ୍ତ। ବିକ୍ରାନ୍ତ ଦେଶକୁ ନୂଆ ବିଶ୍ୱାସରେ ଭରି ଦେଇଛି। ଆଜିଠୁ ଭାରତ ଉପରୁ ଗୁଲାମୀର ବୋଝ ଅପସରି ଯାଇଛି I

ଏତେ ବଡ଼ ପ୍ରକଳ୍ପକୁ ସଫଳ କରିଥିବା ସମସ୍ତଙ୍କୁ ପ୍ରଶଂସା କରି ସେ କହିଲେ, ‘ବିକ୍ରାନ୍ତ’ ହେଉଛି ପ୍ରକାଣ୍ଡ, ଅତିକାୟ। ‘ବିକ୍ରାନ୍ତ’ ଅଭିନବ, ‘ବିକ୍ରାନ୍ତ’ ସ୍ବତନ୍ତ୍ର। ଏଇଟା କେବଳ ଯୁଦ୍ଧପୋତ ନୁହେଁ, ଆମ କଠିନ ଶ୍ରମ, ମେଧା, ପ୍ରଭାବ ଓ ୨୧ବିଂଶତମ ଭାରତର ପ୍ରତିବଦ୍ଧତାର ଦସ୍ତାବିଜ୍। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ ହେଉଛି ବାସ୍ତବରେ ସ୍ବଦେଶୀ ସମ୍ଭାବନାର ସଙ୍କେତ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅତୀତରେ ପ୍ରଶାନ୍ତ ମହାସାଗରରେ ଏବଂ ଭାରତ ମହାସାଗରରେ ସୁରକ୍ଷା ଚିନ୍ତାକୁ ଦୀର୍ଘ ଦିନ ଧରି ଅଣଦେଖା କରାଯାଇଥିଲା। କିନ୍ତୁ, ଆଜି ଏହି କ୍ଷେତ୍ର ଆମ ପାଇଁ ଦେଶର ପ୍ରମୁଖ ପ୍ରତିରକ୍ଷା ପ୍ରାଥମିକତା ଅଟେ । ସେଥିପାଇଁ ଆମେ ନୌସେନା ପାଇଁ ବଜେଟ୍ ବୃଦ୍ଧି ଠାରୁ ଆରମ୍ଭ କରି ଏହାର ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗରେ କାର୍ଯ୍ୟ କରୁଛୁ। ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି I ସେହିଭଳି ଆଜିର ଯୁବ ପିଢି ‘ଭୋକାଲ୍ ଫର୍ ଲୋକାଲ୍’ର ମନ୍ତ୍ର ଜ୍ଞାନ ଆହୋରଣ କଲେ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଅଧିକ ସମୟ ଲାଗିବ ନାହିଁ।

ମୋଦି ନିଜ ଭାଷଣ ରେ କହିଥିଲେ କି ସରକାର ନୌସେନା ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଆଜି ଇତିହାସ ବଦଳିବା ଭଳି କାମ କରାଯାଇଛି ।ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ । ସେହିଭଳି ଆଇଏନଏସ ବିକ୍ରାନ୍ତ ରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ ରଖାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି I

nis-ad
Leave A Reply

Your email address will not be published.